ବଡ଼ ବାପା ପୁଅ ମାଡ଼ରେ ଦାଦା ପୁଅ ଭାଇ ମୃତ
ଗଞ୍ଜାମ : ଜମି ବିବାଦ ପାଇଁ ଭାଇକୁ ହତ୍ୟା କଲା ଭାଇ । ଗଞ୍ଜାମ ପାଟପୁର ଥାନା ବାସୁଦେବପୁର ଗାଁରେ ଭାଇକୁ ଭାଇ ହତ୍ୟା କରିଥିବା ଅଭିଯୋଗ ହୋଇଛି । ବଡ଼ ବାପା ପୁଅ ମାଡ଼ରେ ଦାଦା ପୁଅ ଭାଇର ମୃତ୍ୟୁ ହୋଇଛି । ମୃତ ଯୁବକ ଜଣକ କଂସ ପ୍ରଧାନଙ୍କ ୨୫ବର୍ଷୀୟ ପୁଅ କୁଲୁ ପ୍ରଧାନ । ଜମିଜମା ବିବାଦକୁ ନେଇ ଉଭୟ ଭାଇଙ୍କ ମଧ୍ୟରେ ବିବାଦ ହୋଇଥିଲା । ପାଟିତୁଣ୍ଡ ହେବା ପରେ ଶାବଳରେ ଆକ୍ରମଣ କରି କୁଲୁ ପ୍ରଧାନଙ୍କ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଆଡପଡା ମେଡିକାଲରେ କୁଲୁ ପ୍ରଧାନଙ୍କୁ ମୃତ ଘୋଷଣା କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
Powered by Froala Editor