୬୦ ଟଙ୍କା ଚୋରାଇ ନେଇଥିଲା ପୁଅ, ଆକଟ କରିବାରୁ ଜୀବନ ହାରିଦେଲା
ବାପା ମାକୁ ଛାଡି ଚାଲିଗଲା ଦଶମ ପଢୁଆ ପୁଅ । ମାତ୍ର ୬୦ ଟଙ୍କା ପାଇଁ ସେ ଚିଠି ଲେଖି ଆତ୍ମହତ୍ୟା କରିଦେଲା । ଏଭଳି ଦୁଃଖଦ ଘଟଣା ଘଟିଛି ଜଗତସିଂହପୁର ଗାଲୁପଡ଼ା ଗାଁରେ । ଗାଁର ପ୍ରକାଶ ରାଉତ ଓ ରଶ୍ମୀରେଖାଙ୍କ ପୁଅ ପ୍ରଦ୍ୟୁମ୍ନ । ପ୍ରକାଶ ଓ ରଶ୍ମୀରେଖା ଉଭୟ ସରକାରୀ ଶିକ୍ଷକ । ପୁଅକୁ ଭଲ ପାଠ ପଢାଇବା ପାଇଁ ବାଲିକୁଦା ମୁଳଗାଁ ପୈତୃକ ଘରେ ଛାଡି ଜଗତସିଂହପୁର ଗାଲୁପଡ଼ାରେ ଭଡାଘରେ ରହୁଥିଲେ ।
ବାପାଙ୍କ ପକେଟରୁ ମାତ୍ର ୬୦ ଟଙ୍କା ଚୋରାଇ ନେଇଥିଲେ ପ୍ରଦ୍ୟୁମ୍ନ । ଏହା ଜାଣିବା ପରେ ପୁଅକୁ ବାପା ଆକଟ କରିଥିଲେ । ଏଥିରେ ରାଗିଯାଇ ପ୍ରଦ୍ୟୁମ୍ନ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ଆତ୍ମହତ୍ୟା ପୂର୍ବରୁ ଏକ ହାତ ଲେଖା ଛାଡି ଯାଇଛି । ଯେଉଁଥିରେ ପ୍ରଦ୍ୟୁମ୍ନ ଲେଖିଛନ୍ତି, ତାଙ୍କ ମୃତ୍ୟୁ ପାଇଁ ବାପା- ମାଆ ଦାୟୀ ନୁହନ୍ତି । ସେ ପକେଟରୁ ଚୋରି କରିଥିବା ବଳକା ପଇସା ଟେବୁଲ ଉପରେ ରଖିଛନ୍ତି ।
Powered by Froala Editor