୨ ପିଲାଙ୍କୁ ଖାଇଗଲା ବାଘୁଣୀ
ଗୋଟିଏ ବାଘୁଣୀ ଦୁଇ ପିଲାଙ୍କ ମୃତଦେହ ଖାଇଦେଇଛି । ଏଭଳି ଘଟଣା ସାମନାକୁ ଆସିଛି ‘କର୍ବେଟ୍ ଟାଇଗର୍ ରିଜର୍ଭ’ କେନ୍ଦ୍ରରୁ । ରିଜର୍ଭ କେନ୍ଦ୍ରରେ ଗୋଟାଏ ବାଘୁଣୀ ୩ଟି ଛୁଆ ଜନ୍ମ କରିଥିଲା। କିନ୍ତୁ ସେଥିରୁ ୨ଟି ଛୁଆ ମରିଯିବାରୁ ମାଆ ବାଘୁଣୀ ମଲାଛୁଆ ଦୁଇଟାଙ୍କୁ ଖାଇଦେଇଛି ।
ଜୁଲାଇ ୧୯ ତାରିଖ ଦିନ ୩ଜଣିଆ ସଦସ୍ୟବିଶିଷ୍ଟ ବିଶେଷଜ୍ଞ କମିଟି ‘କର୍ବେଟ୍ ଟାଇଗର୍ ରିଜର୍ଭ’ର ଧେଲାସ୍ଥିତ ଉଦ୍ଧାର କେନ୍ଦ୍ର ଗସ୍ତ କରିଥିଲେ। ସେମାନେ ବାଘୁଣୀ ଓ ତା’ର ଛୁଆମାନଙ୍କର ଅବସ୍ଥା ଦେଖିବା ଲାଗି ଯାଇଥିଲେ ।
ସେମାନେ ଦେଖିଲେ ବାଘୁଣୀର ସ୍ବାସ୍ଥ୍ୟ ଭଲ ଅଛି। କିନ୍ତୁ, ଗୋଟିଏ ଛୁଆ ମରିଯାଇଛି। ତହିଁ ଆର ଦିନ ଆଉ ଗୋଟିଏ ଛୁଆ ଅସୁସ୍ଥ ହୋଇପଡ଼ିଲା। ସମସ୍ତ ଉଦ୍ୟମ ସତ୍ତ୍ବେ ତାକୁ ବଞ୍ଚାଯାଇ ପାରିଲା ନାହିଁ। ତାପରଦିନ ସକାଳୁ କର୍ତ୍ତୃପକ୍ଷ ଦୁଇଟି ଛୁଆଙ୍କ ମୃତଦେହ ଆଣିବାକୁ ଯାଇଥିଲେ । ହେଲେ ସେଠାରେ କୌଣସି ମୃତଦେହ ମିଳିନଥିଲା । ବାଘୁଣୀ ଛୁଆ ଦୁଇଟିଙ୍କୁ ଖାଇଦେଇଛି ବୋଲି କର୍ତ୍ତୃପକ୍ଷ କହିଥିଲେ ।
ବିଶେଷଜ୍ଞ କହିଛନ୍ତି ଯେ, ବାଘମାନଙ୍କ ପରି ମାଂସଭୋଜୀଙ୍କ ମଧ୍ୟରେ ସ୍ବଜାତି ମାଂସଭକ୍ଷଣ ବିଚିତ୍ର କଥା ନୁହେଁ। କେବେ କେମିତି ଏଭଳି ଘଟଣା ଘଟିଥାଏ।
Powered by Froala Editor