ଭ୍ୟାକ୍ସିନ ଆଟ ଡୋର ଷ୍ଟେପ ଅଭିଯାନ ଆରମ୍ଭ
ଭୁବନେଶ୍ୱର: ରାଜ୍ୟକୁ କରୋନା ପ୍ରକେପରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି । କମ୍ ଟେଷ୍ଟିଂ ହୋଇଥିବାରୁ ଆକ୍ରାନ୍ତ ସଂଖ୍ୟା ଅଧାକୁ ଖସିଯାଇଛି । ମାତ୍ର ମୃତ୍ୟୁରେ ବ୍ରେକ୍ ଲାଗିନି । କିନ୍ତୁ ଏହା ଆଶ୍ୱସ୍ତି ବଦଳରେ ଚିନ୍ତାଜନକ ପାଲଟିଛି । ସଂକ୍ରମଣ ଖସିବା ପଛର କାରଣ, କମ୍ ନମୁନା ପରୀକ୍ଷା ବା ଟେଷ୍ଟିଂ । ତେବେ ଆଜି ଠାରୁ ରାଜଧାନୀ ଭୁବନେଶ୍ୱରରେ ଭ୍ୟାକ୍ସିନ ଆଟ ଡୋର ଷ୍ଟେପ ଅଭିଯାନ ଆରମ୍ଭ ହୋଇଛି । ବିଏମସିର ୩ଟି ଜୋନର ୬ଟି ଆପର୍ଟମେଣ୍ଟରେ ଟିକାକରଣ ଚାଲିଛି । ପ୍ରତି ଆପାର୍ଟମେଣ୍ଟରେ ୨ଶହ ଲୋକଙ୍କୁ ଟିକାକରଣ କରାଯିବା ନେଇ ଲକ୍ଷ୍ୟ ରହିଛି । ଏହି ଅଭିଯାନ ମୁଖ୍ୟତଃ ୪୫ରୁ ଊଦ୍ଧ୍ୱର୍ ବୟସ୍କ ପାଇଁ ଉଦ୍ଧିଷ୍ଟ । ଏହି ଅଭିଯାନ ନେଇ ବିଏମସି ଜେଡିସି ଅଂଶୁମାନ ରଥ ସୂଚନା ଦେଇଛନ୍ତି । ରେସିଡେନ୍ସିଆଲ ୱେଲଫେୟାର ଆସୋସିଏସନ ଏନେଇ ଆବେଦନ କରିଥିଲା ।
Powered by Froala Editor