ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଲିଗଲା ଲାଇନମ୍ୟାନଙ୍କ ଜୀବନ
ଉଦଳା: ଜଣେ ବ୍ୟକ୍ତିଙ୍କ ଘରର ବିଦ୍ୟୁତ ମିଟରକୁ ଯାଇଥିବା ତାର ସଂଯୋଗ କରିବା ବେଳେ ଅଚାନକ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଲାଇନମ୍ୟାନଙ୍କ ଜୀବନ ଚାଲି ଯାଇଛି। ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲାର କପ୍ତିପଦା ଥାନା ବଣିଆଗାଁ ଗ୍ରାମରେ। ଖୁଣ୍ଟ ଉପରେ ଚଢି ସଜାଡୁ ଥିବା ବେଳେ ଏହି ଘଟଣା ଘଟିଛି।
ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରେ ବିଦ୍ୟୁତ ସମସ୍ୟା ହୋଇଥିଲା। ବିଦ୍ୟୁତ ବିଭାଗର ଲାଇନ ହେଲପର ଭାବେ କାର୍ୟ୍ୟ କରୁଥିବା ପେଡାଗଡି ଗ୍ରାମର ଜିତେନ୍ଦ୍ର କୁମାର ଦାସ ବଣିଆଗାଁ ଗ୍ରାମରେ ପହଞ୍ଚି ବିଦ୍ୟୁତ ସଜାଡ଼ିବା ନିମନ୍ତେ ଖୁଣ୍ଟକୁ ଚଢିଥିଲେ। ସେଠାରେ ସେ ଏଲଟି ଲାଇନ କାମ କରୁଥିବା ବେଳେ ହଠାତ ୧୧ କେଭି ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ। ଯାହା ଫଳରେ ସେ ଗୁରୁତର ହୋଇ ତଳେ ପଡି ଯାଇଥିଲେ। ସ୍ଥାନୀୟ ଲୋକେ ଉଦ୍ଧାର କରି ତାଙ୍କୁ କପ୍ତିପଦା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
Powered by Froala Editor