ଓଡ଼ିଶା ମୁହାଁ ଲଘୁଚାପ, ଉପକୂଳଠାରୁ ଆଭ୍ୟନ୍ତରୀଣ ଓଡ଼ିଶା ଯାଏଁ ବର୍ଷିବ

ଭୁବନେଶ୍ୱର : ଲଘୁଚାପ ପରେ ଲଘୁଚାପ ଓଡ଼ିଶା ମୁହାଁ । ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ପାଶ୍ୱର୍ବର୍ତ୍ତୀ ଓଡ଼ିଶା ଉପକୂଳରେ ଲଘୁଚାପ ଅଛି । ଏହା ପ୍ରଭାବରେ ବର୍ଷା ଲାଗି ରହିବ ରାଜ୍ୟରେ । ଉପକୂଳଠାରୁ ଆଭ୍ୟନ୍ତରୀଣ ଓଡ଼ିଶାରେ ବେଶି ବର୍ଷିବ । ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା କରାଇବ । ୨୪ ତାରିଖବେଳକୁ ଆଉ ଗୋଟିଏ ଲଘୁଚାପ ଆସୁଛି ଉତ୍ତର- ପଶ୍ଚିମ ବଙ୍ଗୋପସାଗରରେ । ଅବପାତ ହୋଇ ଅଧିକ ବର୍ଷା ଆଣିପାରେ । ଏହା ପ୍ରଭାବରେ ୨୫ରୁ ମାସ ଶେଷ ଯାଏଁ ଓଡ଼ିଶାରେ ବର୍ଷା ଲାଗି ରହିବ । ପ୍ରବଳରୁ ପ୍ରବଳତର ବର୍ଷା ହୋଇପାରେ । ନିଅଣ୍ଟିଆ ବର୍ଷା ସ୍ଥିତି ଦୂରେଇ ଦେବ ଡବଲ ଲଘୁଚାପ ।
ସମ୍ଭାବ୍ୟ ବର୍ଷାକୁ ଦେଖି ସ୍ୱତନ୍ତ୍ର ରିଲିଫ କମିଶନର ସବୁ ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛନ୍ତି । କୃଷି, ପୌର ପ୍ରଶାସନ, ମତ୍ସ୍ୟ ଓ ପଶୁପାଳନ ଏବଂ ବିପର୍ୟ୍ୟୟ ପରିଚାଳନା ବିଭାଗକୁ ସଜାଗ ରହିବାକୁ କୁହାଯାଇଛି । ମାଲକାନଗିରି, କୋରାପୁଟ, କଳାହାଣ୍ଡ ଜିଲ୍ଲାପାଳଙ୍କୁ ଆବଶ୍ୟକ ସତର୍କତା ପଦକ୍ଷେପ ନେବାକୁ କୁହାଯାଇଛି । ସମସ୍ତ ବିଭାଗର ବରିଷ୍ଠ ଅଧିକାରୀ ଓ କ୍ଷେତ୍ର ଅଧିକାରୀ ବର୍ତ୍ତମାନ ହେଡ୍ କ୍ୱାର୍ଟର ନ ଛାଡ଼ିବାକୁ ନିର୍ଦ୍ଦେଶ ଜାରି ହୋଇଛି । ସାପ କାମୁଡ଼ା ଇଞ୍ଜେକସନ ମହଜୁଦ ରଖିବାକୁ ସ୍ୱାସ୍ଥ୍ୟ ବିଭାଗକୁ କୁହାଯାଇଛି । ପାଣିପାଗ ବିଭାଗର ପୂର୍ବାନୁମାନ ହେଲା, ପ୍ରଥମ ଲଘୁଚାପ ପ୍ରଭାବରେ ୨୩ ଯାଏଁ ଭଲ ବର୍ଷା ରହିଛି ।
Powered by Froala Editor