ଦୁଇ ଦିନିଆ ନୟାଗଡ଼ ଗସ୍ତରେ ଭି.କେ ପାଣ୍ଡିଆନ
ନୟାଗଡ଼: ନୟାଗଡ଼ ଜିଲ୍ଲାକୁ ଦୁଇ ଦିନିଆ ଗସ୍ତରେ ଆସିଛନ୍ତି ୫-ଟି ସଚିବ ଭି.କେ ପାଣ୍ଡିଆନ୍ । ନୟାଗଡ଼ ଜିଲ୍ଲାରେ ୫-ଟି ଜନଶୁଣାଣି କାର୍ୟ୍ୟକ୍ରମ ରହିଥିବା ବେଳେ ବିଭିନ୍ନ ସ୍ଥାନରେ ଉନ୍ନୟନ ମୂଳକ କାର୍ୟ୍ୟର ସମୀକ୍ଷା, ମିଶନ ଶକ୍ତି ମହିଳାଙ୍କ ସହ ଆଲୋଚନା, ଛାତ୍ରଛାତ୍ରୀଙ୍କ ସହ ଆଲୋଚନା ବ୍ୟବସ୍ଥା ରହିଛି ।
ଗୁରୁବାର ସକାଳୁ ୫-ଟି ସଚିବ ରଣପୁର ସହରରେ ପହଞ୍ଚିଛନ୍ତି । ପ୍ରତିକୂଳ ପାଗ ସତ୍ୱେ ସଚିବ ରଣପୁରରେ ପହଞ୍ଚି ମଣିନାଗଙ୍କ ଦର୍ଶନ କରିବା ସହ ଉନ୍ନୟନ କାର୍ୟ୍ୟ ସମ୍ପର୍କରେ ଆଲୋଚନା କରିଛନ୍ତି । ଏହା ପରେ ରଣପୁର ଜଗନ୍ନାଥ ମନ୍ଦିର ଦର୍ଶନ କରିବା ସହ ବିକାଶ ପାଇଁ ଆଲୋଚନା କରିଛନ୍ତି । ଜଗନ୍ନାଥ ମନ୍ଦିର ଓ ମଣିନାଗ ମନ୍ଦିର ରୂପାନ୍ତରଣ ପାଇଁ ପ୍ରତିଶୃତି ଦେଇଛନ୍ତି । ରଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୩୦ ଶର୍ୟ୍ୟା ବିଶିଷ୍ଟ ସ୍ୱାସ୍ଥ୍ୟକେନ୍ଦ୍ର ନିର୍ମାଣ କାର୍ୟ୍ୟ ଉପରେ ସମୀକ୍ଷା କରିବା ସହ ଡାକ୍ତର, ନର୍ସ ଏବଂ ରୋଗୀଙ୍କ ସହ ଆଲୋଚନା କରିବା ପରେ ବାଘ ସାମନ୍ତ ମିନି ଷ୍ଟାଡିୟମଠାରେ ଜନଅଭିଯୋଗ ଶୁଣାଣିରେ ଯୋଗ ଦେବାର କାର୍ୟ୍ୟକ୍ରମ ରହିଛି ।
Powered by Froala Editor