ଏହି କୁଅଭ୍ୟାସରୁ ରୁହନ୍ତୁ ଦୂରେଇ
ସିଗାରେଟ ପ୍ୟାକେଟ ଉପରେ ଧୂମପାନ ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ ଚେତାବନୀ ଦିଆଯାଇଛି ,ଏହା ସତ୍ୱେ ଲୋକେ ସିଗାରେଟ ଟାଣିବାକୁ ଭୟ କରୁନାହାଁନ୍ତି । ଯେଉଁମାନେ ଏହି କୁଅଭ୍ୟାସରୁ ଦୂରେଇବାକୁ ଚାହୁଁଛନ୍ତି ,ସେମାନେ କେତୋଟି ସରଳ ଉପଚାର କରିପାରିବେ ।
-ଶୁଖିଲା ଅଁଳାକୁ ଗୁଣ୍ଡ କରି ରଖନ୍ତୁ । ସିଗାରେଟ ପିଇବାକୁ ଇଛା ହେଲେ , ଏଥିରୁ ଏକ ଚାମଚ ପାଟିରେ ପକାଇବେ । ନିଜ ବ୍ୟାଗରେ ମଧ୍ୟ ଏଇ ଅଁଳା ଗୁଣ୍ଡକୁ ରଖିପାରିବେ । ଯେଇଁଠି ଥିଲେ ବି ଏହାକୁ ଖାଇବାରେ କିଛି ଅସୁବିଧା ନାହିଁ । ଗୋଟିଏ ମାସ ନିୟମିତ ଏଭଳି ଅଭ୍ୟାସ କରନ୍ତୁ , ଦେଖିବେ ସିଗାରେଟ ଅଭ୍ୟାସ ଆପେ ଆପେ ଦୂରେଇଯିବ ।
-ଧୂମପାନ ବଦଭ୍ୟାସରୁ ଦୂରେଇବାକୁ ଚାହୁଁଥିବା ଲୋକେ ମହୁ ଖାଇଲେ ବି ଲାଭ ମିଳେ । ଉଷୁମ ପାଣିରେ ମହୁ ମିଶାଇ ପିଇଲେ ସିଗାରେଟ ପ୍ରତି ଆସକ୍ତି କମ୍ ହୁଏ ବୋଲି ବିଶେଷଜ୍ଞ କହିଛନ୍ତି ।
Powered by Froala Editor