ଏହି ପରିବାର ଦାମ୍ ୧ କିଲୋକୁ ୮୫ ହଜାର ଟଙ୍କା

ହପ୍ ଶୁଟ୍ସ ଏକ ବାରମାସୀ ଉଦ୍ଭିଦ । ୟୁରୋପ ଓ ଆମେରିକାର ମୂଳ ବାସିନ୍ଦା ଏହାର ଗୁଣ ବିଷୟରେ ଜାଣିବା ପରେ ଚାଷ ଆରମ୍ଭ କରିିଥିଲେ । ଏହାର ବୈଜ୍ଞାନିକ ନାମ ହୁମୁଲସ୍ ଲୁପୁଲସ୍ । ଏହା ହେମ୍ପ୍ ପ୍ରଜାତିର କାନାବେସୀ ଉଦ୍ଭିଦର ଏକ କିସମ ।
ମଧ୍ୟମ ଗତିରେ ଏହା ୬ ମିଟର ପର୍ଯ୍ୟନ୍ତ ବଢିପାରେ ଏବଂ ୨୦ ବର୍ଷ ପର୍ଯ୍ୟନ୍ତ ଜୀବିତ ରହିପାରେ । ୧ କିଲୋ ହପ୍ ଶୁଟସର ଦାମ୍ ଯେତିକି ସେଥିରେ ଆପଣ ୧୫ ଗ୍ରାମ ସୁନା କିଣିପାରିବେ । ୧ କିଲୋର ମୂଲ୍ୟ ୮୫ ହଜାର ଟଙ୍କା ।
ସାଧାରଣ ଲୋକ ଏହାକୁ କିଣିବା ସାତସପନ । ମହଙ୍ଗା ହେବାର କାରଣ ହେଉଛି ହପ୍ ଶୁଟ୍ସ ଚାଷ ପାଇଁ ସ୍ୱତନ୍ତ୍ର ଜଳବାୟୁ ଆବଶ୍ୟକ । ଏହି ଗଛ ଲଗାଇବା ଓ ଦେଖାଶୁଣା କରିବାରେ ବହୁ ଟଙ୍କା ଖର୍ଚ୍ଚ ହୋଇଥାଏ । ଆମେରିକା ଓ ୟୁରୋପରେ ଏହି ଚାଷ କରାଯାଇଥାଏ ।
ହିମାଚଳରେ ଏହି ଚାଷ କରିବାକୁ ଉଦ୍ୟମ କରାଯାଇଥିଲା କିନ୍ତୁ ସଫଳତା ମିଳିନଥିଲା । ଏହି ପରିବାରେ ଅନେକ ଔଷଧୀୟ ଗୁଣ ରହିଛି । ଏହାର ଫୁଲକୁ ହପ୍ କୋନ୍ସ କୁହାଯାଏ ବିୟର ପ୍ରସ୍ତୁତିରେ ଫୁଲକୁ ବ୍ୟବହାର କରାଯାଏ । ଶାଖା ଓ ପତ୍ରକୁ ରୋଷେଇ କରାଯାଏ । ଏହାର ଫଳ ଓ ପତ୍ରକୁ ତରକାରୀ ଓ ଆଚାର ପ୍ରସ୍ତୁତିରେ ଉପଯୋଗ କରାଯାଏ । ଏହାର ପତ୍ର ଓ ଫୁଲ ତୋଳିବାରେ ଅତ୍ୟନ୍ତ ସାବଧାନତା ଅବଲମ୍ବନ କରାଯାଇଥାଏ ।
ଜିୟାନ ମାର୍କେଟ୍ ରିସର୍ଚ୍ଚର ଏକ ରିପୋର୍ଟ ଅନୁସାରେ ହପ୍ ଶୁଟସର ବର୍ତମାନ ବିଶ୍ୱସ୍ତରୀୟ କାରବାର ୮.୧ ବିଲିଅନ୍ ଡ଼ଲାର । ଏହାର ବଜାର ବର୍ଷକୁ ୪.୬ ପ୍ରତିଶତ ସିଏଜିଆରରେ ବଢୁଛି । ୨୦୩୦ ବେଳକୁ ଏହାର କାରବାର ୧୫.୧ ବିଲିଅନ ଡ଼ଲାର ପହଁଂଚିବାର ଅନୁମାନ କରାଯାଇଛି ।
Powered by Froala Editor