ଦିନେ ଫେମସ୍ ଥିଲେ, ଏବେ କାମ ପାଉନାହାନ୍ତି ଏହି ହିରୋ

‘ସାସୋଁ କି ଜରୁରତ ହୈ ଜେସେ...ଜିନ୍ଦେଗୀ କେ ଲଏ..’ । ୯୦ ଦଶକର ଏହି ଗୀତଟି ଖୁବ୍ ଲୋକପ୍ରିୟ । ଏହି ଗୀତ ‘ଆସିକି’ ଫିଲ୍ମର । ସେତେବେଳେ ଏହି ଫିଲ୍ମରେ ଅଭିନୟ କରିଥିବା ରାହୁଲ ରୟ ବହୁତ ଫେମସ ହୋଇଯାଇଥିଲେ । ହେଲେ ଲୋକପ୍ରିୟତା ବେଶୀ ଦିନ ତିଷ୍ଠି ନଥିଲା । ଏବେ ସେ ପୂରା ଗୁମନାମ ଜୀବନ ବିତାଉଛନ୍ତି ବୋଲି କୁହାଯାଉଛି । ଏପରିକି କାମ ମିଳୁନଥିବାରୁ ବହୁତ କାକୁତିମିନତି ହେଉଛନ୍ତି ।
ରାହୁଲ ରୟ କହିଛନ୍ତି, 'ଆସିକି' ସିନେମା ପରେ ମୁଁ ଅଭିନୟ ଦୁନିଆରେ ଆଗକୁ ବଢ଼ି ପାରିଲି ନାହିଁ। କାରଣ ମୋତେ ଗୋଟେ କଥା କୁହାଯାଉଥିବା ବେଳେ ସୁଟିଂ ସେଟରେ ପହଞ୍ଚିବା ପରେ ଆଉ ଗୋଟେ କାମ ଦିଆଯାଏ। ଯାହାକୁ ଦେଖି ମୋର ମନ ଦୁଃଖ ହୋଇଥାଏ। ମନ ଦେଇ କାମ କରିପାରେ ନାହିଁ। କାହିଁକି ମୋ ସହିତ ଏମିତି କରୁଥିଲେ ମୁଁ କିଛି ବୁଝି ପାରୁ ନଥିଲି। ଏତେବର୍ଷ ପରେ ଇଣ୍ଡଷ୍ଟ୍ରିକୁ ଅନୁରୋଧ କରୁଛି ମୋତେ ଭଲ କାମ ଦିଅନ୍ତୁ ମୁଁ କାମ କରିବାକୁ ଚାହେଁ। ' ବର୍ତ୍ତମାନ ଶୁଣିବାକୁ ମିଳିଛି ଯେ, ନିର୍ଦ୍ଦେଶକ ନିତିନ କୁମାର ଗୁପ୍ତାଙ୍କ ସିନେମା 'ୱାର୍କ'ରେ ରାହୁଲ ଏବେ କାମ କରୁଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ, ୨୦୨୦ରେ ରାହୁଲ ରଏ ବ୍ରେନ ଷ୍ଟୋକର ଶିକାର ହୋଇଥିଲେ। ସଲମାନ ରାହୁଲଙ୍କ ପାଖରେ ପହଞ୍ଚି ତାଙ୍କୁ ସାହାଯ୍ୟ କରି ମେଡିକାଲ ଖର୍ଚ୍ଚ ବହନ କରିଥିଲେ।
Powered by Froala Editor