ବର୍ଷାଦିନେ ତେଲିଆ ତ୍ୱଚାର ଯତ୍ନ......

ବର୍ଷାଦିନେ ଜଳବାୟୁ ପରିବର୍ତନ କାରଣରୁ ବ୍ରଣ ଭଳି ସମସ୍ୟା ବଢିଯାଏ । ଏଇ ଋତୁରେ ତେଲିଆ ତ୍ୱଚାର ଯତ୍ନ କିପରି ନେବା ଜାଣନ୍ତୁ ।
ତେଲିଆ ତ୍ୱଚାରେ ପ୍ରତିଦିନ ମୁହଁରେ ଥଣ୍ଡା ପାଣି ଛିଟା ମାରନ୍ତୁ । ପ୍ରତିଦିନ ଦୁଇଥର କଂଚାକ୍ଷୀରରେ ଭିଜା ତୁଳାରେ ମୁହଁକୁ ପୋଛନ୍ତୁ ।
ସୈାନ୍ଦର୍ଯ୍ୟ ବିଶେଷଜ୍ଞ ପରାମର୍ଶ ନେଇ ତ୍ୱଚାରେ ସଠିକ୍ ସାମଗ୍ରୀ ବ୍ୟବହାର କରନ୍ତୁ । ତ୍ୱଚା ତୈଳୀୟ ଲାଗିବା ମାତ୍ରେ ଟିସୁର ବ୍ୟବହାର କରନ୍ତୁ । ବର୍ଷାଦିନେ ଅତ୍ୟଧିକ ତେଲ ମସଲା ତଥା ତୈଳିୟ ଖାଦ୍ୟ ଖାଇବା ବର୍ଜନ କରନ୍ତୁ । ଗରମ ଗରମ ଖାଦ୍ୟ ଖାଆନ୍ତୁ । ବାସି ଖାଦ୍ୟକୁ ବର୍ଜନ କରନ୍ତୁ । ଖୋଲା ବା ବାହାରେ ଥିବା ଖାଦ୍ୟକୁ ଆଦୈା ଖାଆନ୍ତୁ ନାହିଁ ।
Powered by Froala Editor