ଏବେଠୁ ଆରମ୍ଭ କରନ୍ତୁ ଅଳସୀ ଖାଇବା

ଆଜିକାଲି ବ୍ୟସ୍ତବହୁଳ ଜୀବନରେ ପ୍ରାୟତଃ ସମସ୍ତଙ୍କର ଉଚ୍ଚରକ୍ତଚାପ ସମସ୍ୟା ଦେଖିବାକୁ ମିଳିଥାଏ । ଏପରି ସମସ୍ୟା ହେଲେ ଦମନୀରେ ରକ୍ତ ପ୍ରବାହର ଚାପ ବଢିଯାଏ । ଯଦି ଏହ ସମସ୍ୟାର ଚିକିତ୍ସା କରାନଯାଏ ତାହେଲେ ହାର୍ଟ ଆଟାକ, ଷ୍ଟ୍ରୋକ ଓ କିଡ଼ନୀ ଫେଲ ହେବାର ଆଶଙ୍କା ରହିଥାଏ । ଯଦି ରକ୍ତଚାପ ୧୨୦/୮୦ ରୁ ଅଧିକ ରହିଥାଏ,ତେବେ ତୁରନ୍ତ ଡ଼ାକ୍ତର ପରାମର୍ଶ କରିବା ଆବଶ୍ୟକ । ଉଚ୍ଚ ରକ୍ତଚାପକୁ ସବୁବେଳେ କମ୍ କରିବାକୁ ଅନେକ କଥା ଧ୍ୟାନ ଦେବାକୁ ପଡ଼ିଥାଏ ।
ଯଦି ଆପଣ ଜଙ୍କ ଫୁଡ଼, ମଦ୍ୟପାନ, ସ୍ନୋକିଂ କରୁଛନ୍ତି , ତେବେ ତୁରନ୍ତ ଏହି ଜିନିଷରୁ ଦୁରେଇ ରୁହନ୍ତୁ । କିନ୍ତୁ ଏହାକୁ ନିୟନ୍ତ୍ରଣ କରିବାକୁ ହେଲେ ଅଳସୀ ଖାଇବା ଆରମ୍ଭ କରନ୍ତୁ । ଏହା ସ୍ୱାସ୍ଥ୍ୟ ପାଇଁ ବେଶ୍ ଫାଇଦାଯୁକ୍ତ । ଏହା ଅନେକ ରୋଗର ରାମବାଣ ହୋଇଥାଏ । ଏହାକୁ ଖାଇବା ସମୟରେ ଚୋବାଇ ଖାଇବା ଉଚିତ୍ ।
ଅନେକ ଲୋକ ଏହାକୁ ପାଣିରେ ଭିଜାଇ ଖାଇବାକୁ ପସନ୍ଦ କରିଥାନ୍ତି । ଆପଣ ଏହାକୁ ଗୁଣ୍ଡ କରି ପାଉଡ଼ର କରି ଖାଇପାରିବେ । ଏହା ବ୍ଲଡ଼ପ୍ରେସରକୁ ନିୟନ୍ତ୍ରଣ ରଖି ହାର୍ଟକୁ ସୁସ୍ଥ ରଖିଥାଏ । ଛଅମାସ ପର୍ଯ୍ୟନ୍ତ ପ୍ରତିଦିନ ଅଳସୀ ଖାଇବା ଉଚିତ୍ । ଫଳରେ ହାର୍ଟ ଆଟାକ ହେବାର ଆଶଙ୍କା ୧୦ ପ୍ରତିଶତ ପର୍ଯ୍ୟନ୍ତ କମ୍ ହୋଇଥାଏ ।
ଅଳସୀ ପୋଟାସିୟମ୍, ଓମେଗା ୩, ଫାଇବର ଭରପୂର ମାତ୍ରାରେ ରହିଥାଏ । ପୋଟାସିୟମ ୟୁରିନରେ ଥିବା ଅତିରିକ୍ତ ସୋଡ଼ିୟମକୁ ବାହାର କରିବାରେ କିଡ଼ନୀର ସାହାର୍ଯ୍ୟ କରିଥାଏ । ୧୦୦ ଗ୍ରାମ ଅଳସୀରେ ୮୧୩ ମିଲିଗ୍ରାମ ପୋଟାସିୟମ୍ ରହିଥାଏ । ରକ୍ତ ଧମନୀ କୋଷିକାକୁ ମଜବୁତ କରିଥାଏ ଫାଇବର । ଯାହା ରକ୍ତଚାପକୁ ନିୟନ୍ତ୍ରଣରେ ରଖିଥାଏ ।
Powered by Froala Editor