ଆଚାର ଖାଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ

ଆଚାର ଆମ ଭାରତୀୟ ଙ୍କ ଅତି ପ୍ରିୟ । ଖାଇବା ଥାଳିରେ ଖଟା, ମିଠା, ରାଗ ସ୍ୱାଦର ଆଚାର ଅଳ୍ପ ଟିକିଏ ନ ରହିଲେ ଖାଇବାର ମଜା ଆସେନି । ଆଗକାଳରେ ଲୋକେ ଘରେ ଆଚାର ତିଆରି କରୁଥିଲେ । ଏବେ କିନ୍ତୁ ବଜାରରୁ କିଣି ନେଇ ଆସୁଛନ୍ତି । ମାତ୍ର ପ୍ରତିଦିନ ଆଚାର ଖାଉଥିବା ଲୋକ କେତୋଟି କଥା ଜାଣି ରଖନ୍ତୁ ।
-ରକ୍ତ ଚାପ ରୋଗୀ ଆଚାର ନ ଖାଇବା ଭଲ । ଏଥିରେ ଥିବା ସୋଡ଼ିୟମ ସ୍ତର ରକ୍ତଚାପ ବଢାଏ । ହୃଦରୋଗର ଆଶଙ୍କା ବି ବଢେ ।
-ଯକୃତ କିମ୍ବା ବୃକକ୍ରେ ପୂର୍ବରୁ ସମସ୍ୟା ଥିଲେ , ଆଚାର ଖାଇବା କ୍ଷତିକାରକ ହୋଇପାରେ ।
-ଆଚାର ଖାଇଲେ କେତେଜଣଙ୍କର ଅମ୍ଳ ଅସୁବିଧା ବି ହୁଏ । ସେମାନେ ମଧ୍ୟ ଆଚାର ଖାଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ।
-ଅଷ୍ଟିଓପୋରୋସିସ୍ ରୋଗୀଙ୍କୁ ଆଚାର ଖାଇବାକୁ ବିଶେଷଜ୍ଞ ମାନେ ବାରଣ କରିଛନ୍ତି ।
-ଆଚାରରେ ଅଧିକ ପରିମାଣରେ ଲୁଣ ଓ ତେଲ ବ୍ୟବହାର କରାଯାଉଥିବାରୁ ରୋଗୀଙ୍କ ହାଡ଼ ଏଥିପାଇଁ ଅଧିକ ଦୁର୍ବଳ ହୋଇପାରେ ।
Powered by Froala Editor