ନୂତନ ପ୍ରଜାତିର ମାଛ ଚିହ୍ନଟ : ନାଁ ରଖାଗଲା 'ସିରିମୁରେନା ଓଡିଶାସିନ୍ସ'
ଗୋପାଳପୁର ସ୍ଥିତ ପ୍ରାଣୀ ସର୍ଭେକ୍ଷଣ କେନ୍ଦ୍ର ପକ୍ଷରୁ ଏକ ନୂତନ ପ୍ରଜାତିର କୋଚିଆ ମାଛ 'ସିରିମୁରେନା ଓଡିଶାସିନ୍ସ' ଚିହ୍ନଟ କରାଯାଇଛି। ଏହା ନୂତନ ପ୍ରଜାତି ମାଛ ଯାହାକି ପ୍ରଥମ ଥର ପାଇଁ ଓଡିଶା ଉପକୂଳ ଗଞ୍ଜାମ ଜିଲାର ପାଲୁର ନାଳ ଏବଂ ବାଲେଶ୍ବର ଜିଲାର ବିଚିତ୍ରପୁର ମତ୍ସ୍ୟ ଅବତରଣ କେନ୍ଦ୍ରରୁ ସଂଗ୍ରହ କରାଯାଇଥିଲା। ଏହି ମାଛ ଓଡିଶା ଉପକୂଳରୁ ସଂଗ୍ରହ କରାଯାଇଥିବାରୁ ଏହି ମାଛର ନାମ 'ସିରିମୁରେନା ଓଡିଶାସିନ୍ସ' ରଖାଯାଇଛି।
ଏହି ମାଛର ରଙ୍ଗ ଧୂସର ବାଦାମୀ । ସାଧାରଣତଃ ମୁହାଣ ନିକଟବର୍ତ୍ତୀ ଅଞ୍ଚଳରେ ଏହି ମାଛ ଦେଖିବାକୁ ମିଳିଥାନ୍ତି l ଏହି ମାଛ ବିଷୟରେ ଅଧିକ ତଥ୍ୟ ଜାଣିବା ପାଇଁ ଗବେଷଣା କରାଯାଇଥିଲା l ପରବର୍ତ୍ତୀ ସମୟରେ ଏହା ଏକ ଭିନ୍ନ ମାଛ ବୋଲି ଜଣା ପଡିଥିଲା l ୧୬୦-୧୬୨ ସଂଖ୍ୟକ ମେରୁଦଣ୍ଡ ବିଶିଷ୍ଟ ହାଡ ରହିଥିବା ଏହି ମାଛର ଦାନ୍ତ ଅନ୍ୟ ସମ ପ୍ରଜାତିମାନଙ୍କଠୁ ସମ୍ପୂର୍ଣ୍ଣ ଭିନ୍ନ l ଏହି ମାଛ ବିଷାକ୍ତ ନୁହେ।
ମାଛଟିକୁ ପ୍ରଥମେ ରାଜେଶ କୁମାର ବେହେରା ପାଲୁର କେନାଲରୁ ୨୦୨୧ ରେ ସଂଗ୍ରହ କରିଥିଲେ। ପୁଣି ୨୦୨୨ ରେ ଏହି ମାଛକୁ ଡ଼ଃ.ଅନିଲ ମହାପାତ୍ରଙ୍କୁ ବିଚିତ୍ରପୁର ମତ୍ସ୍ୟ ଅବତରଣ କେନ୍ଦ୍ରରୁ ପାଇଥିଲେ।
Powered by Froala Editor