ରିଚେକିଂ ପାଇଁ ଆବେଦନ ତାରିଖରେ ହେଲା ପରିବର୍ତ୍ତନ
ଭୁବନେଶ୍ୱର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ) ଦ୍ୱାରା ପରିଚଳାଳିତ ଯୁକ୍ତ୨ ପରୀକ୍ଷାଫଳକୁ ନେଇ ଅସନ୍ତୁଷ୍ଟ ଥିବା ଛାତ୍ରୀଛାତ୍ରଙ୍କ ଖାତା ରିଚେକିଂ ପାଇଁ ଆବେଦନ ତାରିଖରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି। ଏ ନେଇ ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଜୁନ୍ ୨୨ରୁ ଜୁଲାଇ ୩ ମଧ୍ୟରେ ଉତ୍ତରଖାତାର କପି ପାଇବା ପାଇଁ ଆବେଦନକାରୀଙ୍କ ମୋବାଇଲ୍ ନମ୍ବର କିମ୍ବା ଇ-ମେଲ୍ ଆଇଡିକୁ ଏକ ଲିଙ୍କ ପଠାଯିବାକୁ ଥିବାବେଳେ ଏହି ଅବଧି ଜୁଲାଇ ୧୩ ପର୍ୟ୍ୟନ୍ତ ବୃଦ୍ଧି କରାଯାଇଛି। ଆବେଦନକାରୀ ଉତ୍ତରଖାତା ଡାଉନଲୋଡ୍ ନ କରିପାରିଲେ ବା ଅନ୍ୟ କୌଣସି ସମସ୍ୟା ହେଲେ ସିଏଚ୍ଏସ୍ଇକୁ ଅବଗତ କରାଇପାରିବେ। ଜୁଲାଇ ୧୪ ତାରିଖ ମଧ୍ୟରେ cochserecheck@gmailରେ ମେଲ୍ କରି ପିଲାମାନେ କର୍ତ୍ତୃପକ୍ଷଙ୍କୁ ଅବଗତ କରିପାରିବେ। ପରୀକ୍ଷାଖାତା ଡାଉନଲୋଡ୍ କରିବା ପରେ ଅଭିଯୋଗ ଦାଖଲ ପାଇଁ ଜୁଲାଇ ୧୫କୁ ଶେଷ ତାରିଖ ଧାର୍ୟ୍ୟ କରାଯାଇଛି। ସୂଚନା ଥାଉ କି, ଥିଓରି ପେପରଗୁଡ଼ିକର ପୁନଃ ମୂଲ୍ୟାଙ୍କନ ଅନଲାଇନ୍ ମାଧ୍ୟମରେ ହୋବାକୁ ଥିବାବେଳେ ଧନ୍ଦାମୂଳକ ବିଷୟର କେତେକ ବିଷୟବସ୍ତୁ ଓ ବିଜ୍ଞାନ ବିଭାଗର ପ୍ରାକ୍ଟିକାଲ ପରୀକ୍ଷାର ମୂଲ୍ୟାଙ୍କନ ଅଫଲାଇନ୍ରେ କରାଯିବ।
Powered by Froala Editor