ବିଦ୍ୟୁତ ନିୟାମକ ଆୟୋଗର ନିଷ୍ପତ୍ତି: ସମୀକ୍ଷା କରାଯିବ ବିତରଣ କମ୍ପାନୀର କାର୍ୟ୍ୟଧାରା
ବନେଶ୍ୱର: ଯାଞ୍ଚ ହେବ ଟାଟା ପାୱାରର କାର୍ୟ୍ୟ । ରାଜ୍ୟରେ ବିଦ୍ୟୁତ ସେବା ଯୋଗାଣ କ୍ଷେତ୍ରରେ ଅବ୍ୟବସ୍ଥାର ଚିତ୍ର ସବୁବେଳେ ସାମ୍ନାକୁ ଆସୁଛି । ଆସନ୍ତାବର୍ଷ ନିର୍ବାଚନ ଥିବାବେଳେ ଏହା ସରକାରଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି । ଏପରି ସମୟରେ ଆବଣ୍ଟନ କମ୍ପାନୀର କାର୍ୟ୍ୟ ସମୀକ୍ଷା କରିବା ଲାଗି ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ ବା ଓଇଆରସି ନିଷ୍ପତ୍ତି ନେଇଛନ୍ତି । ଆଜିଠାରୁ ସମୀକ୍ଷା କରାଯିବ ବିତରଣ କମ୍ପାନୀର କାର୍ୟ୍ୟଧାରା । ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ ପକ୍ଷରୁ କୁହାଯାଇଛି ୨୦୨୦ ପରଠାରୁ ଓଡ଼ିଶାର ୪ଟି ବିଦ୍ୟୁତ ବିତରଣ କମ୍ପାନୀର ୫୧ପ୍ରତିଶତ ଅଂଶଧନ ଟାଟା ପାୱାରକୁ ପର୍ୟ୍ୟାୟକ୍ରମେ ହସ୍ତାନ୍ତର ହୋଇଛି ।
ନିଷ୍ପତ୍ତି ମୁତାବକ, ସେମାନେ ଅଧିଗ୍ରହଣ କରିବା ଦିନଠାରୁ ୫ବର୍ଷ ମଧ୍ୟରେ ବିଦ୍ୟୁତ ଭିତିଭୂମିର ବିକାଶ ପାଇଁ ଅର୍ଥ ବିନିଯୋଗ କରିବା କଥା । ଏହାଦ୍ୱାରା ବିଦ୍ୟୁତ ଉପଭୋକ୍ତାମାନେ ଉନ୍ନତମାନର ସେବା ପାଇବେ । ଏଯାଏଁ ବିଦ୍ୟୁତ ବିତରଣ କମ୍ପାନୀମାନେ ଆବଶ୍ୟକ କରୁଥିବା ୫ହଜାର ୬୪୦କୋଟି ଟଙ୍କାରୁ ୧୯ଶହ ୯କୋଟି ୩ଲକ୍ଷ ଟଙ୍କା ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ବିନିଯୋଗ ହୋଇଛି । ଏସବୁ ଅର୍ଥ ଭିତିଭୂମିର ବିକାଶ ପାଇଁ ଖର୍ଚ୍ଚ ହାଇଛି । ଅନ୍ୟପକ୍ଷରେ ସର୍ତ ଅନୁସାରେ ବିତରଣ କମ୍ପାନୀମାନେ ଏକ ନିର୍ଦ୍ଦିଷ୍ଟ ହାରରେ ସେମାନଙ୍କର ବିତରଣ ଜନିତ କ୍ଷତି କମାଇବା କଥା । ଯାହା ଆଖିଦୃଶିଆ ନୁହଁ ଏବଂ ବିଦ୍ୟୁତ ଦର ବୃଦ୍ଧି ପଛରେ ଏହା ଏକ ମୁଖ୍ୟ କାରଣ ହୋଇପାରେ ।
ଏଣୁ ବିତରଣ କମ୍ପାନୀମାନେ ଏସବୁ ବଂଟନ ଜନିତ କ୍ଷତି କେତେ ପରିମାଣରେ ହ୍ରାସ କରିଛନ୍ତି ସେ ସମ୍ପର୍କରେ ଆୟୋଗ ତନାଘନା କରିବ ।
Powered by Froala Editor