କୁଆଖାଇ ନଦୀରେ ବୁଡି ୪ ମୃତ
ଭୁବନେଶ୍ୱର : ଭୁବନେଶ୍ବର ଉପକଣ୍ଠ କୁଆଖାଇ ନଦୀରେ ବୁଡି ୪ ଛାତ୍ରଙ୍କ ମୃତ୍ୟୁ। ମଙ୍ଗଳବାର ଦୁଇ ଜଣଙ୍କ ମୃତଦେହ ମିଳିଥିବା ବେଳେ ବୁଧାବର ସକାଳୁ ଆଉ ଦୁଇ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ସେମାନେ ହେଲେ କଟକ ମାଲଗୋଦାମ ଅଞ୍ଚଳର ପ୍ରତୀକ ଓ ବାଲେଶ୍ବରର ରୋହିତ ଧଳ ସାମନ୍ତ।
ମଙ୍ଗଳବାର କଟକ ଯୋବ୍ରାର କୁମାର ଅବିନାଶ ଏବଂ ଜାମସେଦପୁରର ଆରିଆନ୍ ଙ୍କ ମୃତଦେହ ମିଳିଥିଲା । ଗତକାଲି ସଂଧ୍ୟାରେ ଧବଳାହାର ନିକଟ କୁଆଖାଇ ନଦୀକୁ ଏକ ଘରୋଇ କଲେଜ୍ର ୯ ଛାତ୍ର ଯୁବକ ଗାଧୋଇବା ପାଇଁ ଯାଇଥିଲେ। ସେଠାରେ ୨ ଜଣ ନଦୀର ଗଭୀର ଗଣ୍ଡରେ ବୁଡ଼ିଯାଇଥିଲେ । ଏହି ୨ ଯୁବକଙ୍କୁ ଉଦ୍ଧାର କରିବାକୁ ଯାଇ ଅନ୍ୟ ୩ ଛାତ୍ର ନଦୀ ଭିତରକୁ ଯାଇଥିଲେ। ମାତ୍ର ସେଠାରେ ସେମାନେ ମଧ୍ୟ ବୁଡ଼ି ଯାଇଥିଲେ । ଜଣେ ନଦୀରୁ ନିଜ ଜୀବନ ବଞ୍ଚାଇ ଫେରି ଆସିବାରେ ସକ୍ଷମ ହୋଇଥିଲେ।
ଗତ ୫ ବର୍ଷ ମଧ୍ୟରେ ନଦୀରେ ବୁଡି ୨୭ ଜଣଙ୍କର ଜୀବନ ଯାଇଛି ।
Powered by Froala Editor