ଜାଲ୍ ମାଟ୍ରିମୋନି ସାଇଟ୍ ପାଇଁ ପୋଲିସ ଜାରି କଲା ସତର୍କ ସୂଚନା
ମାଟ୍ରିମୋନି ସାଇଟ୍ରେ ବିବାହ ପାଇଁ ଜୀବନସାଥୀ ଖୋଜିବାକୁ ଯାଇ ସାଇବର ଠକେଇର ଶିକାର ହେଉଛନ୍ତି ଲୋକେ। ବିଭିନ୍ନ କୌଶଳ ଆପଣାଇ ସାଇବର ଅପରାଧୀମାନେ ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଉଛନ୍ତି। ଏନେଇ ମଙ୍ଗଳବାର ଓଡ଼ିଶା ପୋଲିସ ପକ୍ଷରୁ ସଚେତନ କରାଯାଇଛି।
ମାଟ୍ରିମୋନି ସାଇଟରେ ଠକେଇରେ ନପଡ଼ିବେ ସେ ନେଇ ଓଡ଼ିଶା ପୋଲିସ ଏକ ଟ୍ୱିଟ କରି ସତର୍କ କରାଇଛି।
ମାଟ୍ରିମୋନି ସାଇଟରେ ଯଦି କୌଣସି ବ୍ୟକ୍ତିଙ୍କ ସହ ସମ୍ପର୍କ ଯୋଡ଼ିବାକୁ ଚାହୁଁଛନ୍ତି ତେବେ .
୧) ସଂପୃକ୍ତ ବ୍ୟକ୍ତିଙ୍କ ବ୍ୟାକଗ୍ରାଉଣ୍ଡ ସମ୍ପର୍କରେ ସବିଶେଷ ତଥ୍ୟ ସଂଗ୍ରହ କରନ୍ତୁ।
୨) ନିଜର ବ୍ୟକ୍ତିଗତ ଗୋପନୀୟତାକୁ ସଂଗେ ସଂଗେ ପ୍ରକାଶ କରନ୍ତୁ ନାହିଁ ।
୩) ସଂପୃକ୍ତ ବ୍ୟକ୍ତିଙ୍କ କୌଣସି କଥାରେ ପ୍ରଲୋଭିତ ହୁଅନ୍ତୁ ନାହିଁ।
ଏଭଳି ସତର୍କତା ଜାରି କରାଯାଇଛି । ଏବେ ବିବାହ ଋତୁ ଚାଲିଥିବାରୁ ଅନେକ ଫେକ୍ ମାଟ୍ରିମୋନି ସାଇଟ ବି ଆକ୍ଟିଭ ହୋଇଛି । ଯାହାକୁ ନଜରରେ ରଖି ପୋଲିସ ପକ୍ଷରୁ ସତର୍କ ରହିବାକୁ ସୂଚନା ଦିଆଯାଇଛି ।
Powered by Froala Editor