ଶିବ ମନ୍ଦିରରେ ଚାଲିଗଲା କାଉଡିଆଙ୍କ ଜୀବନ
ଶ୍ରାବଣ ପ୍ରଥମ ସୋମବାରରେ ସବୁଠି ପୂଜାର୍ଚ୍ଚନା ଚାଲିଥିବାବେଳେ ଦେବଗଡର ଝାଡେଶ୍ୱର ମନ୍ଦିରରେ ଜଣେ କାଉଡିଆଙ୍କ ମୃତ୍ୟୁ ଘଟିଛି । ତାଙ୍କ ନାମ ବିଭୁତି ବେହେରା (୫୦)। ତାଙ୍କର ଘର ରିଆମାଳ ବ୍ଲକ୍ ଅନ୍ତର୍ଗତ ଦେଓଝରଣ ଗାଁରେ ।
କାଉଡ଼ିଆ ଜଣଙ୍କ ନିଜ ଅଞ୍ଚଳରୁ ପାଣି ଉଠାଇ ଝାଡ଼େଶ୍ୱର ମନ୍ଦିରରେ ଜଳ ଲାଗି କରିବାକୁ ଆସିଥିଲେ। ସେ ରାତିରେ ଝାଡ଼େଶ୍ୱର ମନ୍ଦିରରେ ପହଞ୍ଚି ଶୋଇଥିଲେ। ଆଜି ଭୋର ସମୟରେ ତାଙ୍କ ସାଥୀ କାଉଡ଼ିଆମାନେ ତାଙ୍କୁ ଉଠିବାକୁ ଡାକିଥିଲେ। ହେଲେ ସେ ଉଠିନଥିଲେ। ଏହାପରେ ବିଭୁତି ବେହେରାଙ୍କୁ ହସ୍ପିଟାଲ ନିଆଯାଇଥିଲା। ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ବିଭୁତି ବେହେରାଙ୍କୁ ମୃତ ଘୋଷଣା କରିଛନ୍ତି। ଏହି ଘଟଣା ପ୍ରଚାରିତ ହେଲା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଦେବଗଡ଼ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
Powered by Froala Editor