ବିଟ୍କଏନ ଲୋଭରେ ୪୩ ଲକ୍ଷ ହରାଇଲେ ଆଇଟି ଯୁବକ, ପର୍ସନାଲ ଲୋନ୍ କରି ଟଙ୍କା ଆଣିଥିଲେ
ବିଟକଏନ୍ କିଣିବା ଲୋଭରେ ଫସିଛନ୍ତି ଦୁଇ ଆଇଟି ଯୁବକ। ଏକ ନକଲି ବିଟ୍ କଏନ ୱେବସାଇଟ୍ରେ ଟଙ୍କା ଲଗାଇ ୪୩ ଲକ୍ଷ ଟଙ୍କା ଠକେଇର ଶିକାର ହୋଇଛନ୍ତି। ସିଡିଏ ଓ ପୁରୀଘାଟ ଅଞ୍ଚଳରେ ରହୁଥିବା ଏହି ଦୁଇ ଯୁବକଙ୍କ ପାଖକୁ ୨ ଗଲା ମାସ ତଳେ ଏକ ଅଜଣା ହ୍ୱାଟସଆପ୍ ନମ୍ବରରୁ ମେସେଜ୍ ଆସିଥିଲା । ଉଭୟଙ୍କୁ ଏକ ହୋଟେଲର ରିଭ୍ୟୁ କରିବାକୁ କୁହାଯାଇଥିଲା। ଏଥିପାଇଁ ସେମାନଙ୍କୁ ଟଙ୍କା ମିଳିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା।
ସ୍ବିଟିସିଆପରୁ ପରେ ସେମାନଙ୍କୁ ଟେଲିଗ୍ରାମର ଏକ ଗ୍ରୁପରେ ଯୋଡ଼ି ଦିଆଯାଇଥିଲା। ସେଠାରେ ପ୍ରଥମେ ପ୍ରତି ଟାସ୍କ ପିଛା ଟଙ୍କା ସାଙ୍ଗେ ସାଙ୍ଗେ ମିଳିଯାଉଥିଲା। ପରେ ୨୪ଟି ଟାସ୍କ କରିବାକୁ କୁହାଯାଇଥିଲା। ଟାସ୍କ ପାଇଁ ଅଗ୍ରୀମ ଟଙ୍କା ପୈଠ କରିବାକୁ କୁହାଯାଇଥିଲା । ଯୁବକ ଦୁଇଜଣ ଟଙ୍କା ପୈଠ କରି ଟାସ୍କ ନେଇଥିଲେ। ଟାସ୍କ ଶେଷ ହେବା ପରେ ଉକ୍ତ ଟଙ୍କା ଫେରସ୍ତ କରିନଥିଲେ। ଏହାର କିଛି ଦିନ ପରେ ଉକ୍ତ ଯୁବକ କଟକ ସାଇବର ଥାନାରେ ଅଭିଯୋଗ କରିଛନ୍ତି।
ପୁଲିସ ଦୁଇଟି ମାମଲା ରୁଜୁ କରିଥିବା ବେଳେ ଘଟଣାର ତଦନ୍ତ ଆରମ୍ଭ କରିଛି। ଏମାନେ ବ୍ୟାଙ୍କରୁ ଋଣ କରି ଟଙ୍କା ପର୍ସନାଲ୍ ଲୋନ୍ କରି ଏହି ଟଙ୍କା ଲଗାଇଥିଲେ ବୋଲି ଜଣାପଡିଛି ।
Powered by Froala Editor