ଚତୁର୍ଥ ଜାତୀୟ ଜଳ ପୁରସ୍କାରରେ ଓଡ଼ିଶାକୁ ସଫଳତା: ୪ବର୍ଷରେ ୪୬ହଜାର କୋଟିର ପ୍ରକଳ୍ପକୁ ଅନୁମୋଦନ

ଭୁବନେଶ୍ବର : ଚତୁର୍ଥ ଜାତୀୟ ଜଳ ପୁରସ୍କାରରେ ଓଡ଼ିଶା ଓ ଗଞ୍ଜାମ ଜିଲ୍ଲାକୁ ସଫଳତା ମିଳିଛି। ଜଳ ସଂରକ୍ଷଣ ଓ ପରିଚାଳନାରେ ଓଡ଼ିଶା ଦ୍ବିତୀୟ ଶ୍ରେଷ୍ଠ ରାଜ୍ୟ ହୋଇଥିବା ବେଳେ ଜିଲ୍ଲାମାନଙ୍କ ମଧ୍ୟରେ ଗଞ୍ଜାମ ଶ୍ରେଷ୍ଠ ପୁରସ୍କାର ହାସଲ କରିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପୁରସ୍କାର ପାଇଁ ଅଭିନନ୍ଦନ ଜଣାଇଛନ୍ତି। ଏହି ଉପଲକ୍ଷେ ଲୋକସେବା ଭବନରେ ଏକ ସମ୍ବର୍ଧନା କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଜଳ ସଂପଦ ବିଭାଗ ୫-ଟି ନୀତିକୁ କାର୍ୟ୍ୟକାରୀ କରୁଛି। ଲୋୟର ସୁକତେଲ, କାନୁପୁର ପ୍ରକଳ୍ପ, ସୁବର୍ଣ୍ଣରେଖା, ଛେଳିଗଡ଼ ଓ ଅନ୍ୟ ଜଳସେଚନ ପ୍ରକଳ୍ପଗୁଡ଼ିକ ପ୍ରାୟତଃ ଶେଷ ପର୍ୟ୍ୟାୟରେ। ଇନ-ଷ୍ଟ୍ରିମ୍ ଷ୍ଟୋରେଜ ଓ ବୃହତ ଉଠା ଜଳସେଚନ ପ୍ରକଳ୍ପଗୁଡ଼ିକ ରାଜ୍ୟର ଲକ୍ଷ ଲକ୍ଷ ଚାଷୀଙ୍କ ଜୀବନଧାରାରେ ପରିବର୍ତନ ଆଣିବ। ରାଜ୍ୟ ସରକାର ଜଳ ସଂପଦର ବିକାଶ ପାଇଁ ପ୍ରାଥମିକତା ଦେଉଛନ୍ତି। ଲୋକଙ୍କ ଆକାଂକ୍ଷା ପୂରଣ ପାଇଁ ନିକଟ ଅତୀତରେ ଅନେକ ପ୍ରକଳ୍ପ ଶେଷ ହୋଇଛି। ଜଳ ଉତ୍ସରେ କୌଣସି ପ୍ରକାର ପ୍ର
ମୁଖ୍ୟମନ୍ତ୍ରୀ ଆହୁରିମଧ୍ୟ କହିଥିଲେ ଯେ ଗତ ୪ବର୍ଷ ମଧ୍ୟରେ ରାଜ୍ୟ ସରକାର ଜଳ କ୍ଷେତ୍ରର ବିକାଶ ପାଇଁ ୪୬ହଜାର କୋଟିର ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି। ଆସନ୍ତା ୫ବର୍ଷରେ ୭୫ହଜାର କୋଟି ଟଙ୍କା ବିନିଯୋଗ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଓଡ଼ିଶାକୁ ଏକ ଜଳ ନିରାପତ୍ତା ରାଜ୍ୟରେ ପରିଣତ କରିବା ପାଇଁ ଜଳ ସଂପଦ ବିଭାଗ ରଣନୀତି ପ୍ରସ୍ତୁତ କରିବା ସହ ଜଳବାୟୁ ସ୍ଥାୟୀ ଜଳ ଭିତ୍ତିଭୂମି ନିର୍ମାଣ କରିବା ଆବଶ୍ୟକ। ଏହାସହ ଜିଲ୍ଲାପାଳମାନେ ନିଜ ନିଜ ଜିଲ୍ଲାରେ ଜଳ ଆବଶ୍ୟକତା ପୂରଣ ପାଇଁ ଗଞ୍ଜାମ ଜିଲ୍ଲାପାଳ ନେଇଥିବା ଜଳ ସଂରକ୍ଷଣ ପଦକ୍ଷେପକୁ ଗ୍ରହଣ କରିବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
Powered by Froala Editor