ତିମି ପେଟରୁ ବାହାରିଲା ଦୁର୍ଲଭ ଜିନିଷ, ଯାହାର ମୂଲ୍ୟ ୪୪ କୋଟି
ସ୍ପେନର କାନାରି ଦ୍ୱୀପ ପାଲ୍ମାର ନାଗୋଲେସ ସମୂଦ୍ର କୂଳରୁ ଉଦ୍ଧାର ହୋଇଛି ଏକ ମୃତ ତିମି । ହେଲେ ମୃତ ତିମି ଭିତରୁ ଯାହା ବାହାରିଛି ତାକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ବିଶେଷଜ୍ଞ । କାରଣ ମାଛ ପେଟରୁ ବାହାରିଛି ଦୁର୍ଲଭ ଆମ୍ବରଗ୍ରୀସ୍ ।
ଲାସ୍ ପାଲ୍ମା ବିଶ୍ୱବିଦ୍ୟାଳୟର ପଶୁ ସ୍ୱାସ୍ଥ୍ୟ ଏବଂ ଖାଦ୍ୟ ନିରାତ୍ତପ୍ର୍ରତିଷ୍ଠାନର ମୁଖ୍ୟ ଆଷ୍ଟୋନିଓ ଫର୍ଣ୍ଣାଣ୍ଡେଜ୍ ରୋଡ୍ରିଗେଜ୍ ମୃତ ମାଛର ଶବ ବ୍ୟବଚ୍ଛେଦ ସମୟରେ ଆମ୍ବରଗ୍ରୀସ୍ ପାଇଥିଲେ । ମାଛ ଭିତରେ ଆମ୍ବରଗ୍ରୀସ୍ ଅଟକି ରହିଥିବା କାରଣରୁ ମାଛଟିର ମୃତ୍ୟୁ ହୋଇଥିବା କଥା ସେ କହିଛନ୍ତି । ତେବେ ମାଛ ପେଟରୁ ବାହାରିଥିବା ଆମ୍ବରଗ୍ରୀସ୍ ର ଓଜନ ୯ କେଜି ୫୦୦ କିଲୋଗ୍ରାମ । ଯାହାର ମୂଲ୍ୟ ୫.୪ ମିଲିୟନ ଅଥବା ଭାରତୀୟ ମୁଦ୍ରା ହିସାବରେ ୪୪ କୋଟିରୁ ଅଧିକ ହେବ ।
ତିମି ସାଧାରଣତଃ ସ୍କ୍ୱିଡ୍ ଏବଂ କଟଫିସ ଖାଇ ବଞ୍ଚିଥାଏ । ତଥାପି ଏହାର ଅଧିକାଂଶ ଅଂଶ ହଜମ ହୋଇନଥାଏ ଫଳରେ ବାନ୍ତି ହୋଇଯାଏ । ତିମିର ବାନ୍ତିକୁ ଆମ୍ବରଗ୍ରୀସ ବୋଲି କୁହ।।ଏ । ଆମ୍ବରଗ୍ରୀସକୁ ସମୁଦ୍ରର ସମ୍ପତ୍ତି ବା ଭାସମାନ ସୁନା ବୋଲି ମଧ୍ୟ କୁହାଯାଏ । ସୁଗନ୍ଧକୁ ଅଧିକ ସମୟ ବଜାୟ ରଖିବା ପାଇଁ ଅତର କମ୍ପାନୀମାନେ ଏହାକୁ ବ୍ୟବହାର କରିଥାନ୍ତି ।
Powered by Froala Editor