ସାମ୍ନାକୁ ଆସିଲା ପିଏନ୍ବି ସ୍କାମ୍ର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ମେହୁଲ୍ ଚୋକ୍ସିଙ୍କ ଫଟୋ

ନୂଆଦିଲ୍ଲୀ: ଡୋମିନିକା ଜେଲ୍ରୁ ସାମ୍ନାକୁ ଆସିଲା ପଳାତକ ହୀରା ବ୍ୟବସାୟୀ ତଥା ପିଏନ୍ବି ସ୍କାମ୍ର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ମେହୁଲ୍ ଚୋକ୍ସିଙ୍କ ଫଟୋ। ଏଥିରେ ସେ ଏକ ଲୁହା ଗେଟ୍ ପଛରେ ଛିଡ଼ା ହୋଇଛନ୍ତି। ତାଙ୍କ ଆଖି ଲାଲ ପଡ଼ି ଯାଇଛି। ଏହା ସହିତ ତାଙ୍କ ହାତରେ ଆଘାତ ଲାଗିଥିବା ଦେଖିବାକୁ ମିଳିଛି। ପୂର୍ବରୁ ଚୋକ୍ସିଙ୍କ ଓକିଲ ଅଭିଯୋଗ କରିଥିଲେ ଯେ ତାଙ୍କ ସହିତ ମାରପିଟ କରାଯାଇଥିଲା। ଏପରିକି ଆଣ୍ଟିଗୁଆରୁ ତାଙ୍କୁ ଅପହରଣ କରି ନିଆଯାଇଥିବା ସେ କହିଥିଲେ।
ମେ’ ୨୩ ତାରିଖରେ ଆଣ୍ଟିଗୁଆ ସ୍ଥିତ ବାସଭବନରୁ ନିଖୋଜ ହୋଇଯାଇଥିଲେ ଚୋକ୍ସି। ତେବେ ମେ’ ୨୬ରେ ତାଙ୍କୁ ଡୋମିନିକାରୁ ଗିରଫ କରାଯାଇଥିଲା। କୁହାଯାଉଛି ଯେ ସେ କ୍ୟୁବା ପଳାଇବା ପାଇଁ ଯୋଜନା କରୁଥିଲେ। ପ୍ରଥମେ ତାଙ୍କୁ ଭାରତକୁ ପ୍ରତ୍ୟର୍ପଣ କରିବା ପାଇଁ ଯୋଜନା ରହିଥିଲା। ତେବେ ଡୋମିନିକା ସରକାର ସ୍ପଷ୍ଟ କରିଛନ୍ତି ଯେ ତାଙ୍କୁ ଆଣ୍ଟିଗୁଆକୁ ହିଁ ହସ୍ତାନ୍ତର କରାଯିବ। ତେବେ ବର୍ତ୍ତମାନ ଜୁନ୍ ୨ ତାରିଖ ପର୍ଯ୍ୟନ୍ତ ସେ ଡୋମିନିକାରେ କ୍ୱାରେଣ୍ଟାଇନ୍ରେ ରହିବେ ବୋଲି କୁହାଯାଇଛି।
Powered by Froala Editor