ବହୁ ବିପଦରୁ ରକ୍ଷା କରିଥାଏ କଳାବ୍ରତ
କଳାରଙ୍ଗକୁ ଅଶୁଭ ବୋଲି କୁହାଯାଇଥାଏ । କୈାଣସି ଶୁଭ କାମରେ କଳାରଙ୍ଗକୁ ବ୍ୟବହାର କରାଯାଇନଥାଏ । କିନ୍ତୁ କଳା ରଙ୍ଗ ଆମକୁ ଖରାପ ନଜରରୁ ରକ୍ଷା କରିଥାଏ । କଳା ବ୍ରତ ଆମକୁ ବହୁ ବିପଦରୁ ରକ୍ଷା କରିଥାଏ । କୈାଣସି କାମରେ ବାରମ୍ବାର ବିଭ୍ରାଟ ହେଲେ କିମ୍ବା ଧନ ସମ୍ପତି ଅଭାବ ରହୁଥିଲେ ମଙ୍ଗଳବାର ସନ୍ଧ୍ୟାରେ କଳାରଙ୍ଗର ଏକ ବ୍ରତ ଆଣି ହନୁମାନ ମନ୍ଦିରକୁ ଯାଆନ୍ତୁ ।
ମନ୍ଦିରରେ ହନୁମାନଙ୍କ ସାମ୍ନାରେ ବସି ଚାଳିଶା ପାଠ କରିବା ସହ ବ୍ରତରେ ୯ ଗଣ୍ଠି ପକାନ୍ତୁ । ଗଣ୍ଠି ପକାଇ ସାରିବା ପରେ ଏଥିରେ ହନୁମାନ ସିନ୍ଦୂର ଲଗାନ୍ତୁ । ଏହା ପରେ ସୀତାରାମ ଜପ କରି ଏହାକୁ ଘରକୁ ନେଇ ଆସିମୁଖ୍ୟ ଦ୍ୱାରରେ ବାନ୍ଧନ୍ତୁ । ଏପରି କରିଲେ ଭୂତ, ପ୍ରେତ, ଖରାପ ନଜର, ଶତ୍ରୁ ବେମାରୀ ଘରେ ପ୍ରବେଶ କରିବ ନାର୍ହି । ବଜରଙ୍ଗବାଲୀ ଆପଣଙ୍କୁ ନିଜେ ରକ୍ଷା କରିବେ । ଯଦି ଏହି ବ୍ରତକୁ ଆଲମାରୀରେ ବାନ୍ଧିଦେବେ ତେବେ ଧନ ସମ୍ପତି ବୃଦ୍ଧି ଘଟିବ ଓ ଅଭାବ ଦୂରେଇଯିବ ବୋଲି କୁହାଯାଇଛି ।
Powered by Froala Editor