ଖାଇବା ପୂର୍ବରୁ ପାଣିରେ ଭିଜାଇ ଖାଆନ୍ତୁ ଆମ୍ବ, ମିଳିବ ଫାଇଦା
ଆମ୍ବ ଖାଇବାକୁ ସମସ୍ତେ ପସନ୍ଦ କରନ୍ତି। ଏହା ଯେତେ ପୁଷ୍ଟିକର, ସେତେ ଅଧିକ ପୋଷକ ତତ୍ୱରେ ମଧ୍ୟ ଭରପୂର। ଏଥିରେ ଭିଟାମିନ୍ ଏ, ସି, ଫାଇବର, ଆଇରନ୍, ସୋଡିୟମ୍, କ୍ୟାଲସିୟମ୍, ପୋଟାସିୟମ ରହିଥାଏ। ଆମ୍ବ ଖାଇବା ଦ୍ୱାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ, ହଜମ ପ୍ରକ୍ରିୟା ଭଲ କାମ କରେ ଏବଂ ଅନ୍ତନଳୀରେ ସ୍ୱାସ୍ଥ୍ୟ ମଧ୍ୟ ଉନ୍ନତ ହୁଏ। କେବଳ ଏତିକି ନୁହେଁ ଆମ୍ବ ଆଖି, କେଶ ଏବଂ ଚର୍ମ ପାଇଁ ମଧ୍ୟ ବହୁତ ଲାଭଦାୟକ ହୋଇଥାଏ। ଆପଣ ନିଶ୍ଚୟ ଧ୍ୟାନ ଦେଇଥିବେ ଯେ ଆମ୍ବ ଖାଇବା ପୂର୍ବରୁ ଏହାକୁ କିଛି ସମୟ ପାଣିରେ ରଖାଯାଏ । କିନ୍ତୁ ଆପଣ ଜାଣନ୍ତି କି ଏପରି କାହିଁକି କରାଯାଏ। ତେବେ ଆସନ୍ତୁ ଜାଣିବା ସେହି ବିଷୟରେ
ଆମ୍ବକୁ ଖାଇବା ପୂର୍ବରୁ କାହିଁକି ପାଣିରେ ଭିଜାଇ ରଖିବା ଉଚିତ୍ :
ବିଶେଷଜ୍ଞଙ୍କ ଅନୁଯାୟୀ, ଆମ୍ବକୁ ଖାଇବା ପୂର୍ବରୁ ପାଣିରେ ରଖିବା ଲାଭଦାୟକ ହୋଇଥାଏ। ଏହା ଦ୍ୱାରା ଶରୀରକୁ ଅନେକ ପ୍ରକାରର ସମସ୍ୟାରୁ ରକ୍ଷା ମିଳିଥାଏ। ଯଦି ଆପଣ ଆମ୍ବ କିଣି ସିଧାସଳଖ ଖାଆନ୍ତି, ତେବେ ଏହା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ କ୍ଷତି ପହଞ୍ଚାଇପାରେ। ଏହା କେମିକାଲ କିମ୍ବା ମଇଳା ହେତୁ ହୋଇଥାଏ, ତେଣୁ ଯେତେବେଳେ ଆପଣ ଆମ୍ବ ଖାଇବାକୁ ଚାହାଁନ୍ତି ତାହାର ୧-୨ ଘଣ୍ଟା ପୂର୍ବରୁ ପାଣିରେ ଭିଜାଇ ରଖନ୍ତୁ ।
ସ୍କିନ୍ ସମସ୍ୟାରୁ ମୁକ୍ତି :
ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ଆମ୍ବ ଖାଇବା ପୂର୍ବରୁ ପାଣିରେ ଭିଜାଇବା ଉଚିତ୍। ଏହା କରିବା ଚର୍ମ ପାଇଁ ଲାଭଦାୟକ ହୋଇଥାଏ।
କେମିକାଲରୁ ରକ୍ଷା :
ଆମ୍ବ ଗଛରେ ଅନେକ ପ୍ରକାରର କୀଟନାଶକ ବ୍ୟବହାର କରାଯାଏ । ଏହା ଆପଣଙ୍କ ଶରୀରରେ ବିଷ ଭଳି କାମ କରେ। ସେଗୁଡ଼ିକୁ ଭିଜାଇ ନ ଖାଇବା ଦ୍ୱାରା ଆଲର୍ଜି, ଚର୍ମ ସମସ୍ୟା କିମ୍ବା ଅନ୍ୟାନ୍ୟ ଗମ୍ଭୀର ସମସ୍ୟା ହୋଇପାରେ। ମୁଣ୍ଡବିନ୍ଧା, ବାନ୍ତି ଭଳି ସମସ୍ୟା ମଧ୍ୟ ହୋଇପାରେ।
Powered by Froala Editor