ଅମ୍ଲଜାନ ଅଭାବ ହେଲେ ବାରମ୍ବାର ଭାଙ୍ଗେ ନିଦ

କରୋନା ପରେ ପ୍ରାୟ ଲୋକଙ୍କର ନିଦ୍ରାହୀନତା ସମସ୍ୟା ବଢୁଛି । ରାତିଅଧରେ ହଠାତ୍ ନିଦ ଭାଙ୍ଗି ଯାଉଛି । ଆଉ କାହାର ରାତି ଅଧ ଯାଏଁ ନିଦ ହଉନି। ସେ ସମସ୍ତଙ୍କୁ ବିଶେଷଜ୍ଞ ମାନେ କେତୋଟି ପରାମର୍ଶ ଦେଇଛନ୍ତି ।
-ଶରୀରରେ ଅମ୍ଲଜାନର ଅଭାବ ହେଲେ ରାତିରେ ବାରମ୍ବାର ନିଦ ଭାଙ୍ଗେ । ପେଟ ମାଡ଼ି ଶୁଅନ୍ତୁନି । ଏମିତି ଶୋଇଲେ ଅମ୍ଲଜାନ ପର୍ଯ୍ୟାପ୍ତ ପରିମାଣରେ ଦେହକୁ ଯାଇପାରେନି ।
-ଘର ଭିତରେ ଛୋଟ ଛୋଟ ଗଛ ଲଗାନ୍ତୁ । ପ୍ରଦୂଷଣ ସ୍ତର ବଢୁଛି । ଶରୀରକୁ ଆବଶ୍ୟକ ପରିମାଣରେ ପୋଷଣ ମିଳିପାରୁନି । ତେଣୁ ନିଜ ଶୋଇବା ଘରେ ଛୋଟ ଗଛ ରଖିପାରିବେ।
-ଶୀତତାପ ନିୟନ୍ତ୍ରିତ କକ୍ଷରେ ନ ଶୋଇ ବରଂ ଝରକା ଖୋଲି କୈାଣସି ଏକ କକ୍ଷରେ ଶୁଅନ୍ତୁ । ଭଲ ନିଦ ହେବ ।
-ରାତି ବେଳା ଗରିଷ୍ଠ ଖାଦ୍ୟ ଖାଆନ୍ତୁ ନାହିଁ । ଭଲ ନିଦ ପାଇଁ ହାଲକା ଖାଦ୍ୟ ଖାଇ ଗିଲାସେ ଉଷୁମ ପାଣି ପିଅନ୍ତୁ ।
Powered by Froala Editor