ମୁଁ ମା’ ହେବାକୁ ଚାହୁଁଥିଲି, କିନ୍ତୁ...
ସାବତ ଭଉଣୀ ଆଲିଆ ଭଟ୍ଟଙ୍କ ଠାରୁ ୨୧ ବର୍ଷ ବଡ଼ ପୂଜା ଭଟ୍ଟ । ସେ ଜଣେ ଆଗ ଧାଡିର ଅଭିନେତ୍ରୀ । ତଥାପି ତାଙ୍କ ଜୀବନରେ କ’ଣ ଏମିତି ଘଟିଲା? ଯେଉଁଥିପାଇଁ ସେ ଆଜି ଯାଏ ମା’ ହୋଇପାରିଲେନି । ନିକଟରେ ଆଲିଆ ବି ମା’ ହୋଇସାରିଛନ୍ତି । କିନ୍ତୁ ପୂଜା ମା’ ହେବାକୁ ଚାହୁଁଥିଲେ ବି ସେ ମା’ ହୋଇପାରିଲେନି କାହିଁକି? ଏହାର କାରଣ ନଜେ ପୂଜା ଭଟ୍ଟ କହିଛନ୍ତି । ଏତେ ବର୍ଷ ପରେ ସେ ମନର ଦୁଃଖକୁ ପ୍ରକାଶ କରିଛନ୍ତି ।
ଜିଓ ସିନେମା OTT ପ୍ଲାଟଫର୍ମରେ ଆସୁଥିବା 'ବିଗ୍ ବସ୍ OTT ର ସିଜିନ୍ ୨' ରେ ପ୍ରତିଯୋଗୀ ଭାବରେ ଅଛନ୍ତି ପୂଜା ଭଟ୍ଟ। ଏହି ଶୋ'ରେ ସେ ତାଙ୍କ ବିବାହକୁ ନେଇ କିଛି ଦୁଃଖ କାହାଣୀ ସମସ୍ତଙ୍କୁ ଶେୟାର କରିଛନ୍ତି।
ପୂଜା ଭଟ୍ଟ ୨୦୦୩ ମସିହାରେ ମନୀଷ ମାଖିଜାଙ୍କୁ ବିବାହ କରିଥିଲେ। ମନୀଷ ମାଖିଜା ସେହି ସମୟରେ ଭିଡିଓ ଜକି ଥିଲେ। ବିବାହର ୧୧ ବର୍ଷ ପରେ ଉଭୟ ଅଲଗା ହୋଇଯାଇଥିଲେ। ବିଗ୍ ବସ୍ ଘରେ ପୂଜା ଭଟ୍ଟ ତାଙ୍କ ବୈବାହିକ ଜୀବନର ଦୁଃଖ କାହାଣୀ ଖୋଲା ଖୋଲି କହିଛନ୍ତି। ତାଙ୍କ ସ୍ୱାମୀ ଜଣେ ଭଲ ମଣିଷ ବୋଲି ସେ କହିଛନ୍ତି।
ପୂଜା କହିଛନ୍ତି ଯେ ଆମ ମଧ୍ୟରେ ସବୁକିଛି ଠିକ୍ ଥିଲା, ତଥାପି କିଛି ଅଭାବ ରହି ଯାଇଥିଲା। ପରେ ଦୁହେଁ ଏକାଠି ନିଷ୍ପତ୍ତି ନେଇଥିଲୁ ଯେ କିଛି ତ ଅଛି ଯାହା ଠିକ୍ ନୁହେଁ।"
ପୂଜା ଭଟ୍ଟ କହିଛନ୍ତି ଯେ ସେ ନିଜେ ଏଥିପାଇଁ ପ୍ରସ୍ତୁତ ନଥିଲେ। ସେ କହିଛନ୍ତି "ସେ ଏକ ସନ୍ତାନ ଚାହୁଁଥିଲେ କିନ୍ତୁ ସନ୍ତାନ ଜନ୍ମ କରିବାକୁ ଚାହୁଁ ନଥିଲେ।" ଯେଉଁଥିପାଇଁ ସେ ଆଜି ଯାଏ ଏକା ରହିଛନ୍ତି ।
Powered by Froala Editor