ଏଭରେଷ୍ଟ ଆରୋହଣରେ ଏହି ମହିଳା କଲେ କୀର୍ତ୍ତିମାନ

କାଠମାଣ୍ଡୁ: ଶୀଘ୍ର ବା ଅଳ୍ପ ସମୟରେ ଏଭରେଷ୍ଟ ଶୃଙ୍ଗ ଆରୋହଣ କରିବାରେ କୀର୍ତ୍ତିମାନ ସ୍ଥାପନ କରିଛନ୍ତି ହଂକଂର ପର୍ବତାରୋହିଣୀ ସାଙ୍ଗ ୟିନ ହୁଙ୍ଗ । ନେପାଳର ସରକାରୀ ଅଧିକାରୀ ଜ୍ଞାନେନ୍ଦ୍ର ଶ୍ରେଷ୍ଠଙ୍କ ସୂଚନା ଅନୁସାରେ, ୪୪ ବର୍ଷୀୟା ସାଙ୍ଗ ୨୫ ଘଣ୍ଟା ୫୦ମିନିଟରେ ୨୯,୦୩୧ ଫୁଟ ଉଚ୍ଚ ଏଭରେଷ୍ଟ ଆରୋହଣ କରିଛନ୍ତି । ସେ ଗତ ଶନିବାର ଅପରାହ୍ନ ୧୨୦ରେ ମୂଳ ଶିବିରରୁ ଆରୋହଣ ଆରମ୍ଭ କରି ପରଦିନ ଅପରାହ୍ନ ୩:୧୦ ରେ ପର୍ବତ ଶିଖରରେ ପହଞ୍ଚିଥିଲେ । ୨୦୧୭ ରେ ସେ ପ୍ରଥମ ଥର ଏଭରେଷ୍ଟ ଆରୋହଣ କରିଥିଲେ । ଏବେ ତୃତୀୟ ଥର ଏହି ସଫଳତା ହାସଲ କରିଛନ୍ତି । ପୂର୍ବରୁ ନେପାଳୀ ମହିଳା ପୁଞ୍ଜୋ ଝାଙ୍ଗମୁ ଲାମା ସବୁଠୁ କମ୍ ସମୟରେ ଏଭରେଷ୍ଟ ଆରୋହଣ କରିଥିଲେ । ତାଙ୍କୁ ୩୯ ଘଣ୍ଟା ୬ ମିନିଟ ଲାଗିଥିଲେ ।
Powered by Froala Editor