ମୁକ୍ତା ଯୋଜନା ଅଧିନରେ ୧୦ ଜିଲ୍ଲାକୁ ୨୨୫.୫୩ କୋଟି ମଞ୍ଜୁର
ଭୁବନେଶ୍ଵର : ମୁକ୍ତା ଯୋଜନା ଅଧିନରେ ତୃତୀୟ ପର୍ୟ୍ୟାୟରେ ଉତ୍ତର ଆରଡିସି ଡିଭିଜନର ୧୦ଟି ଜିଲ୍ଲାର ୩୬ଟି ସ୍ଥାନୀୟ ସହରୀ ସଂସ୍ଥାକୁ ୨୨୫.୫୩ କୋଟି ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ। ଏହି ଜିଲ୍ଲା ଗୁଡ଼ିକ ହେଉଛି ଢେଙ୍କାନାଳ, ଅନୁଗୁଳ, କେନ୍ଦୁଝର, ସମ୍ଵଲପୁର, ସୁନ୍ଦରଗଡ଼, ବଲାଙ୍ଗିର, ସୁବର୍ଣ୍ଣପୁର, ବରଗଡ଼, ଝାରସୁଗୁଡ଼ା, ଏବଂ ଦେଓଗଡ଼। ଏହି ସମସ୍ତ ୩୬ଟି ସ୍ଥାନୀୟ ସହରୀ ସଂସ୍ଥାର ସ୍ଥାନୀୟ ନାଗରିକ ତଥା ପ୍ରମୁଖ ହିତାଧିକାରୀଙ୍କ ଅଂଶଗ୍ରହଣ ମାଧ୍ୟମରେ ମୁକ୍ତା ଅଧୀନରେ ୱାର୍ଡ ୱାରୀ ସମ୍ଭାବ୍ୟ ବାର୍ଷିକ କାର୍ୟ୍ୟ ଯୋଜନା ପ୍ରସ୍ତୁତ କରାଯାଇଛି। ଏହି ସମସ୍ତ ଅନୁମୋଦିତ ପ୍ରକଳ୍ପଗୁଡିକ ମିଶନ୍ ଶକ୍ତି ଗୋଷ୍ଠୀ ଦ୍ୱାରା କାର୍ୟ୍ୟକାରୀ ହେବ।
ସହରାଞ୍ଚଳର ଗରିବ ତଥା ପ୍ରବାସୀ ଶ୍ରମିକଙ୍କ ପାଇଁ ବହୁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୨୦ ଏପ୍ରିଲ ୧୮ ତାରିଖରେ ମୁକ୍ତା ଯୋଜନା ଆରମ୍ଭ କରିଥିଲେ।
Powered by Froala Editor