ଦୁଇ ବାଇକ ମୁହାଁମୁଁହି ଧକ୍କା, ଦୁଇ ମୃତ
କୋଣାର୍କ : କୋଣାର୍କ ବନଖଣ୍ଡି ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁଇ ବାଇକ ମୁହାଁମୁଁହି ଧକ୍କାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ଜଣେ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।ଖବର ଅନୁଯାୟୀ, କୋଣାର୍କ ବନଖଣ୍ଡି ଛକଠାରେ ଦୁଇଟି ବାଇକ ମୁହାଁମୁହିଁ ଧକ୍କା ହୋଇଛି । ଏଥିରେ ଦୁଇଜଣ ବାଇକ ଚାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତରଙ୍କୁ ଭୁବେନେଶ୍ୱର ସ୍ଥାନାନ୍ତର କରଯାଇଛି । କୋଣାର୍କ ନଳକଣ ଗ୍ରାମର କୈଳାସ ଦାସ ତାଙ୍କ ବନ୍ଧୁଙ୍କ ସହିତ କୋଣାର୍କ ଯାଉଥିବା ବେଳେ, କୋଣାର୍କ ଏନଏସି ର ବିଜୟ ବେହେରା ତାଙ୍କ ସାଙ୍ଗ ସହିତ କୋଣାର୍କ ରୁ ଭୁବେନେଶ୍ୱର ଯାଉଥିଲେ । ଉଭୟଙ୍କ ବାଇକ ଭାରସମ୍ୟ ହରାଇ କୋଣାର୍କ ବନଖଣ୍ଡି ଛକ ଠାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।
Powered by Froala Editor