ଦନ୍ତାହାତୀର ଗଳିତ ମୃତଦେହ ଠାବ
ଅନୁଗୋଳ: ଦନ୍ତାହାତୀର ଗଳିତ ମୃତଦେହ ଠାବ । ଅନୁଗୋଳ ଜିଲିଣ୍ଡା ରେଞ୍ଜ ବାଙ୍କଧର ଅଞ୍ଚଳରେ ଏକ ଗଳିତ ଦନ୍ତାହାତୀର ଗଳିତ ମୃତଦେହ ଠାବ ହୋଇଛି । ବନବିଭାଗ ଘଟଣାର ଛାନ୍ଭିନ୍ ଜାରି ରଖିଛି ।
ଖବର ଅନୁଯାୟୀ, ହାତୀଟିର ବିଭିନ୍ନ ଜାଗାରେ ଛେରା ଗୁଳି ବାଜିଥିବା ସୂଚନା ମିଳିଛି। ସମ୍ଭବତଃ ଶିକାରୀମାନେ ହାତୀଟିକୁ ଶିକାର କରିବା ଉଦ୍ଦେଶ୍ୟରେ ଗୁଳି ମାରିଥାଇ ପାରନ୍ତି ବୋଲି ଅନୁମାନ କରିଛି ବନ ବିଭାଗ। ପ୍ରଚଣ୍ଡ ରୌଦ୍ର ତାପ ଯୋଗୁଁ ହାତୀର ମୁତ୍ୟୁ ହୋଇ ଥାଇପାରେ ବୋଲି ଅନୁମାନ ମଧ୍ୟ କରାଯାଉଛି।
ତେବେ ହାତୀର ପୋଷ୍ଟ ମଟମ ରିପୋର୍ଟ ପାଇଁ OUAT ସାଂପଲ ପଠାଯିବ। ସେଠୁ ରିପୋର୍ଟ ଆସିଲା ପରେ ହାତୀ ମୁତ୍ୟୁର କାରଣ ଜଣାପଡିବ ବୋଲି ସୂଚନା ମିଳିଛି। ମୃତ ଦନ୍ତା ହାତୀର ବୟସ ସେହି ପାଖାପାଖି ୨୦ ରୁ ୨୫ ବର୍ଷ ହେବ ବୋଲି ଜଣାପଡିଛି।
Powered by Froala Editor