ଅତ୍ୟଧିକ ଗ୍ରୀଷ୍ଣ ପ୍ରବାହ: ବଢ଼ିଲା ଖରା ଛୁଟି, ୨୧ରେ ଖୋଲିବ ସ୍କୁଲ
ଭୁବନେଶ୍ୱର: ଅତ୍ୟଧିକ ଗ୍ରୀଷ୍ଣ ପ୍ରବାହ ଯୋଗୁ ରାଚ୍ୟରେ ସ୍କୁଲ୍ ଖରା ଛୁଟି ତାରିଖକୁ ଆଉ ଦୁଇଦିନ ଘୁଞ୍ଚାଇଛନ୍ତି ସରକାର। ଜୁନ୍ ୧୯ ପରିବର୍ତ୍ତେ ଜୁନ୍ ୨୧ରେ ଖୋଲିବ ସ୍କୁଲ। ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। ଏପ୍ରିଲ ୨୦ ତାରିଖରେ ସ୍କୁଲ୍ ଖରାଛୁଟି ଘୋଷଣା ହୋଇଥିଲା। ଏହି ଛୁଟି ୨୧ ତାରିଖ ଠାରୁ ଲାଗୁ ହୋଇ ଜୁନ୍ ୧୯ରେ ଖୋଲି ଥାଆନ୍ତା। ତେବେ ଯଦି ଆବଶ୍ୟକ ପଡ଼େ ଖରା ଛୁଟି ଆହୁରି ବଢିବ ବୋଲି ତତ୍କାଳୀନ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଥିଲେ। ଆଉ ଏବେ ରାଜ୍ୟରେ ଖରାରର ପ୍ରକୋପ କମି ନାହିଁ କି ବର୍ଷାର ଦେଖା ନାହିଁ। ଭୟଙ୍କର ଗରମ ପଡ଼ୁଥିବାରୁ ସ୍କୁଲ୍ ଓ ଗଣ ଶିକ୍ଷା ବିଭାଗ ଖରା ଛୁଟି ଅବଧିକୁ ଆଉ ଦୁଇ ଦିନ ଘୁଞ୍ଚାଇ ଦେଇଛନ୍ତି।ଏପଟେ ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି।
Powered by Froala Editor