ଶିକାରୀ ଗୁଳିରେ ପ୍ରାଣ ହରାଇଲେ ବନ କର୍ମଚାରୀ
କରଞ୍ଜିଆ : ପୁଣି ଶିକାରୀ ଗୁଳିରେ ଗଲା ବନ କର୍ମଚାରୀଙ୍କ ଜୀବନ। ଶିମିଳିପାଳ ଉତ୍ତର ଅଭୟାରଣ୍ୟ କେନ୍ଦୁମୁଣ୍ଡି-ବାରାକାମୁଡା ସେକ୍ସନର ଗାମୁଛାଝରଣ ନିକଟରେ ବିଳମ୍ବିତ ରାତି ପ୍ରାୟ ସାଢେ ୨ଟାରେ କାର୍ୟ୍ୟରତ ଥିବା ଜଣେ ବନ କର୍ମଚାରୀ ଶିକାରୀ ଗୁଳିରେ ପ୍ରାଣ ହରାଇଛନ୍ତି। ମୃତକ ଜଣଙ୍କ ହେଉଛନ୍ତି ବହଳଦା ନିବାସୀ ଅପର ବାରାକାମୁଡା ଭାରପ୍ରାପ୍ତ ବନପାଳ ମାଟି ହାଁସଦା (୪୫ ବର୍ଷ)। ଏନେଇ ଉତ୍ତର ଶିମିଳିପାଳ ବନ ସଂରକ୍ଷକ ଡିବି ସାଇ କିରଣ ସୂଚନା ଦେଇଛନ୍ତି।
ଶୁକ୍ରବାର ବିଳମ୍ଵିତ ରାତି ପ୍ରାୟ ସାଢେ ୨ଟାରେ ଶିମିଳିପାଳ ଉତ୍ତର ଅଭୟାରଣ୍ୟ କେନ୍ଦୁମୁଣ୍ଡି-ବାରାକାମୁଡା ସେକ୍ସନର ଗାମୁଛାଝରଣ ନିକଟରେ ବନପାଳ ମାଟି ହାଁସଦା ପାଟ୍ରୋଲିଂ କରୁଥିଲେ। ଏହି ସମୟରେ ଶିକାରୀ ଗୁଳିରେ ସେ ଟଳି ପଡିଥିଲେ। ଅନ୍ୟ କର୍ମଚାରୀମାନେ ତାଙ୍କୁ ତୁରନ୍ତ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ। ଡାକ୍ତର ତାଙ୍କୁ ପ୍ରାଥମିକ ଚିକିତ୍ସା କରୁଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା।
Powered by Froala Editor