ବାହାନଗା ଟ୍ରେନ ଦୁର୍ଘଟଣା: ୨୯୦କୁ ବୃଦ୍ଧି ହେଲା ମୃତ୍ୟୁ ସଂଖ୍ୟା
ଭୁବନେଶ୍ୱର: ବାହାନଗା ଭୟାବହ ଟ୍ରେନ ଦୁର୍ଘଟଣାର ୧୩ଦିନ ପରେ ଏସ୍ସିବିରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣ ଗୁରୁତର ରୋଗୀଙ୍କ ମୃତ୍ୟୁ ଘଟିଛି ମୃତକ ନାବାଳକ ବିହାରର ପ୍ରକାଶ ରାଜ ବୋଲି ଜଣାପଡିଛି। ସର୍ଜରୀ ୱାର୍ଡର ଓଉଟରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ଘଟିଥିବା ଜଣାପଡିଛି। ଏନେଇ ଏସ୍ସିବି କୁଳସଚିବ ଅବିନାଶ ରାଉତ ସୂଚନା ଦେଇଛନ୍ତି। ପୂର୍ବରୁ ଚିକିତ୍ସାଧିନ ଅବସ୍ଥାରେ ଜଣଙ୍କ ମୃତ୍ୟୁ ଘଟିଥିଲା। ଶୁକ୍ରବାର ପ୍ରକାଶ ରାଜଙ୍କ ମୃତ୍ୟୁ ପରେ ବାହାନଗା ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୯୦କୁ ବୃଦ୍ଧି ପାଇଛି।
Powered by Froala Editor