ଓଡିଶାରେ ଭୀଷଣ ଗ୍ରୀଷ୍ମ ପ୍ରବାହ ଜାରି, ସାଢେ ୮ ସୁଦ୍ଧା ଭୁବନେଶ୍ୱରର ତାପମାତ୍ରା ୩୪.୨ ଡ଼ିଗ୍ରୀ
ଭୁବନେଶ୍ୱର : ପଶ୍ଚିମରେ ନିଆଁ ବର୍ଷା, ଜଳୁଛି ଉପକୂଳ । ପଶ୍ଚିମ ଓଡିଶାରେ ଭୀଷଣ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଦିନକରେ ୮ ଡିଗ୍ରୀ ବଢିଛି ଭୁବନେଶ୍ୱର ତାପମାତ୍ରା । ବାତ୍ୟା “ବିପର୍ୟୟ”ର ଓଡିଶା ଉପରେ କୌଣସି ପ୍ରଭାବ ନଥିବା ବେଳେ ୪ ଦିନ ଯାଏଁ ପାଗରେ କୌଣସି ପରିବର୍ତନ ହେବ ନାହିଁ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
ସୂଚନାଥାଉକି ୨୦ଜିଲ୍ଲାର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଥିବା ବେଳେ ଝାରସୁଗୁଡାରେ ସର୍ବାଧିକ ୪୪.୮ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ବିଶେଷ କରି ଝାରସୁଗୁଡାରେ ୩୮.୬ ଡ଼ିଗ୍ରୀ, ସମ୍ବଲପୁରରେ ୩୬.୪ ଡ଼ିଗ୍ରୀ, ହୀରାକୁଦରେ ୩୬ ଡ଼ିଗ୍ରୀ, କେନ୍ଦୁଝରରେ ୩୪.୮ ଡ଼ିଗ୍ରୀ, ଭୁବନେଶ୍ୱରରେ ୩୪.୨ ଡ଼ିଗ୍ରୀ, ବାଲେଶ୍ୱରରେ ୩୪ ଡ଼ିଗ୍ରୀ, ଚାନ୍ଦବାଲିରେ ୩୩.୬ ଡ଼ିଗ୍ରୀ, ଗୋପାଳପୁରରେ ୩୩.୨ ଡ଼ିଗ୍ରୀ, ପୁରୀରେ ୩୩ ଡ଼ିଗ୍ରୀ, ପାରାଦୀପରେ ୩୨.୨ ଡ଼ିଗ୍ରୀ ରେକର୍ଡ ହୋଇଛି ।
ସେହିଭଳି ସକାଳ ୮ ଟା ୩୦ ସୁଦ୍ଧା ରେକର୍ଡ ଆଦ୍ରତା ରେକର୍ଡ ହୋଇଛି । ପୁରୀରେ ୮୨%, ଚାନ୍ଦବାଲିରେ ୮୨%, ପାରାଦୀପରେ ୮୨% , ଗୋପାଳପୁରରେ ୭୮%, ଭୁବନେଶ୍ୱରରେ ୭୩%, ବାଲେଶ୍ୱରରେ ୬୭%, ସମ୍ବଲପୁରରେ ୪୯%, କେନ୍ଦୁଝରରେ ୪୯%, ହୀରାକୁଦରେ ୪୭%, ଝାରସୁଗୁଡାରେ ୩୩% ଆର୍ଦ୍ରତା ରେକର୍ଡ ହୋଇଛି ।
Powered by Froala Editor