ପୂର୍ବତନ ଯୋଗାଣ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢ଼ଉ
ଭୁବନେଶ୍ୱର: ଭିଜିଲାନ୍ସ ପଞ୍ଝାରେ ନୟାଗଡ଼ ପୂର୍ବତନ ଯୋଗାଣ ଅଧିକାରୀ। ଆୟବହିର୍ଭୂତ୍ତ ସମ୍ପତ୍ତି ଠୁଳ ଅଭିଯୋଗରେ ପୂର୍ବତନ ସିଭିଲ ସପ୍ଲାଏ ଅଫିସର ବ୍ରଜେନ୍ଦ୍ର କୁମାର ନାୟକଙ୍କ ଘରେ ଚଢ଼ଉ କରିଛି ଭିଜିଲାନ୍ସ ଟିମ୍। ଭୁବନେଶ୍ୱର, ପୁରୀର ସମେତ ପାଞ୍ଚଟି ସ୍ଥାନରେ ଚାଲିଛି ରେଡ୍।
ସୂଚନା ମୁତାବିକ, ଭୁବନେଶ୍ୱର ଭିଜିଲାନ୍ସ ସ୍ବତନ୍ତ୍ର ଜଜ୍ଙ୍କ ଆଦେଶ କ୍ରମେ ରେଡ୍ କରାଯାଇଛି । ଚଢ଼ଉରେ ୨ ଡିଏସପି, ୬ ଇନ୍ସପେକ୍ଟର ଓ ଅନ୍ୟ ଭିଜିଲାନ୍ସ ଅଧିକାରୀ ସାମିଲ ଅଛନ୍ତି। ଭୁବନେଶ୍ବର ଭୀମଟାଙ୍ଗୀ ହାଉସିଂ ବୋର୍ଡ ସ୍ଥିତ ଘର, ରାଜାରାଣୀ କଲୋନୀ ଘର, ନିମାପଡା, ପୁରୀ ପୈତୃକ ଘର ଓ ନିମାପଡାରେ ଥିବା ଫାର୍ମ ହାଉସରେ ଏକକାଳୀନ ସ୍ଥାନରେ ଚଢ଼ଉ ଜାରି ରହିଛି।
Powered by Froala Editor