ହଙ୍ଗାମା କଲେ ଏସି ବଗି ଯାତ୍ରୀ, ହନ୍ତସନ୍ତ ହେଲେ ଜେନେରାଲ ବାଲା
କୋଏମ୍ବାଟୁ - ବରୌନି ସାପ୍ତାହିକ ସ୍ବତନ୍ତ୍ର ଟ୍ରେନର ଏ-୧ ବଗିରେ ଏସି ନ ଚାଲିବାରୁ ଯାତ୍ରୀମାନେ ରାଉରକେଲା ଷ୍ଟେସନରେ ଓହ୍ଲାଇ ହଙ୍ଗାମା କରିଥିଲେ। ଏସି ଅଚଳ ହେବାରୁ ଯାତ୍ରୀମାନେ ଟ୍ରେନରୁ ଓହ୍ଲାଇ ପଡିଥିଲେ। ଫଳରେ ୨ଘଣ୍ଟା ଧରି ଟ୍ରେନ ଷ୍ଟେଶନରେ ଅଟକି ରହିବାରୁ ଯାତ୍ରୀମାନେ ଗରମରେ ହନ୍ତସନ୍ତ ହୋଇଥିଲେ। ପ୍ରାୟ ୨ଘଣ୍ଟା ପରେ ଏ-୧ବଗିର ଏସି ସିଷ୍ଟମ ଠିକ ହେବା ପରେ ଟ୍ରେନଟି ଷ୍ଟେଶନରୁ ଛାଡିଥିଲା।
ଏ ନେଇ ରାଉରକେଲା ଷ୍ଟେଶନ ମ୍ୟାନେଜର ପ୍ରଭାସ ଦାସଙ୍କୁ ପଚାରିବାରୁ ସେ କହିଲେ, ଏ-୧ ବଗିର ଯାନ୍ତ୍ରିକ ସମସ୍ୟା ଯୋଗୁ ଏସି ଅଚଳ ହୋଇଥିଲା। ମରାମତି ପରେ ଟ୍ରେନ ପାଖାପାଖି ୫ଟା ୫୩ ମିନିଟରେ ନିଜ ଗନ୍ତବ୍ୟ ପଥରେ ଯାଇଥିଲା।
Powered by Froala Editor