ସକାଳ ୮ଟା ୩୦ ସୁଦ୍ଧା ରାଜଧାନୀରେ ୩୨.୪ ଡ଼ିଗ୍ରୀ ତାପମାତ୍ରା ରେକର୍ଡ
ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି ଅସହ୍ୟ ଗୁଳୁଗୁଳି ସାଙ୍ଗକୁ ପ୍ରବଳ ଗ୍ରୀଷ୍ମ ପ୍ରବାହ । ରାଜଧାନୀରେ ଆଜି ବି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସହ ଗୁଳୁଗୁଳି ଜାରି ରହିଛି । ସକାଳୁ ସକାଳୁ ୩୨ ଡିଗ୍ରୀ ଟପିଲା ରାଜଧାନୀର ତାପମାତ୍ରା । ଗୁରୁବାର ସକାଳ ୮ଟା ୩୦ମିନିଟ୍ ସୁଦ୍ଧା ରାଜଧାନୀ ଭୁବନେଶ୍ୱରରେ ୩୨.୪ ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ଆଦ୍ରତା ୬୮% ରେକର୍ଡ କରାଯାଇଛି ।
ସେପଟେ ରାଜ୍ୟରେ ଆହୁରି ୪ ଦିନ ଜାଳିବ ଗ୍ରୀଷ୍ମ ପ୍ରବାହ । ୫ଟି ଜିଲ୍ଲାରେ ଦୁଇ ଦିନ ପାଇଁ ଉଷ୍ମ ତାତି ଜାରି ରହିବ । ପଶ୍ଚିମ ଓଡ଼ିଶାରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ୬ଟି ଜିଲ୍ଲାକୁ ଅରେଞ୍ଜ, ୩ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ରହିଛି ।
Powered by Froala Editor