ଗାଧୋଇବା ବେଳେ ମହାନଦୀରେ ବୁଡ଼ିଗଲେ ନାବାଳିକା
କୁଜଙ୍ଗ : ଗାଧୋଇବା ବେଳେ ମହାନଦୀରେ ବୁଡ଼ିଗଲେ ନାବାଳିକା। କୁଜଙ୍ଗ ଥାନା ଜଗନ୍ନାଥପୁର ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଉକ୍ତ ଗ୍ରାମର ଜଣେ ନାବାଳିକା ଗାଧୋଇବାକୁ ଯାଇଥିବା ସମୟରେ ବୁଡ଼ିଯାଇଛନ୍ତି। ଖବର ପାଇ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ୟ୍ୟ ଜାରି ରଖିଛନ୍ତି। ନିଖୋଜ ନାବାଳିକା ଜଣଙ୍କ ଅରବିନ୍ଦ ମଲ୍ଲିକଙ୍କ ଝିଅ ଅର୍ଚ୍ଚିତା ପ୍ରିୟଦର୍ଶିନୀ (୧୦ ବର୍ଷ)।
Powered by Froala Editor