ଖୁସି ଖବର: ମହଙ୍ଗା ଭତ୍ତା ୪ ପ୍ରତିଶତ ବଢିଲା
ଭୁବନେଶ୍ୱର: ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର। ରଜ ପୂର୍ବରୁ ସରକାରୀ କର୍ମଚାରୀ ଭେଟି ଦେଲେ ମୁଖ୍ୟମନ୍ତ୍ରୀ। ରାଜ୍ୟ ସରକାରଙ୍କ ସମସ୍ତ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୪ ପ୍ରତିଶତ ବୃଦ୍ଧି ପାଇଛି । ୪ ପ୍ରତିଶତ ଅତିରିକ୍ତ ମହଙ୍ଗା ଭତ୍ତାକୁ ମଞ୍ଜୁରୀ ଦେଇଛନ୍ତି ନବୀନ ପଟ୍ଟନାୟକ । ଉଭୟ ସରକାରୀ କର୍ମଚାରୀ ଓ ପେନସନଭୋଗୀ ଉପକୃତ ହେବେ । ୨୦୨୩ ଜାନୁଆରୀ ମାସରୁ ପିଛିଲା ଭାବେ ବର୍ଦ୍ଧିତ ମହଙ୍ଗା ଭତ୍ତା ଲାଗୁ ହେବ।ଏହାଫଳର ସରକାରୀଙ୍କ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩୮ ପ୍ରତିଶତରୁ ୪୨ ପ୍ରତିଶତକୁ ବୃଦ୍ଧି ପାଇଛି । ଜୁନ୍ ମାସ ଦରମାରେ ଏହା ନଗଦ ଭାବେ ମିଳିବ ।
୨୦୨୩ ଜାନୁଆରୀରୁ ପିଛିଲା ଭାବେ ଲାଗୁ ବର୍ଦ୍ଧିତ ମହଙ୍ଗା ବତ୍ତା ଜୁନ୍ ମାସ ଦରମାରେ ନଗଦ ଭାବେ ମିଳିବ ଡିଏ ପେନସନଧାରୀଙ୍କ ଟିଆରେ ମଧ୍ୟ ୪ ପ୍ରତିଶତ ମିଳିବ। ଏହାଦ୍ବାରା ପ୍ରାୟ ୭ଲକ୍ଷ ସରକାରୀ କର୍ମଚାରୀ ଓ ପେନସନଧାରୀ ଉପକୃତ ହେବେ।
Powered by Froala Editor