ବାହାନଗା ରେଳ ଦୁର୍ଘଟଣା: ବଢିଲା ମୃତ୍ୟୁ ସଂଖ୍ୟା
କଟକ: ବାହାନଗା ରେଳ ଦୁର୍ଘଟଣାରେ ବଢିଲା ମୃତ୍ୟୁ ସଂଖ୍ୟା । ପୂର୍ବରୁ ମୃତକଙ୍କ ସଂଖ୍ୟା ୨୮୮ ଥିବା ବେଳେ ଏବେ ଏହା ୨୮୯ରେ ପହଞ୍ଚିଛି । ଏସ୍ସିବି ମେଡ଼ିକାଲରେ ଆଖିବୁଜିଲେ ଆଉ ଜଣେ ଆହତ । ଯାହାକି ଏସସିବିର ପ୍ରଥମ ମୃତ୍ୟୁ ।
ଏସସିବି ଆଇସିୟୁରେ ଚିକିତ୍ସିତ ଅବସ୍ଥାରେ ଜଣେ ଆହତ ଆଖି ବୁଜିଛନ୍ତି । ମୃତକ ଜଣକ ହେଉଛନ୍ତି ବିହାରର ବାସିନ୍ଦା ବିଜୟ ପାଶଓ୍ୱାନ । ମଙ୍ଗଳବାର ପୋଷ୍ଟମର୍ଟମ ସରିବା ପରେ ମୃତଦେହ ହସ୍ତାନ୍ତର କରାଯିବ । ଏମିତିକି ମୃତକଙ୍କ ଗାଁରେ ଶବ ପହଞ୍ଚାଇବ ଏସ୍ସିବି ପ୍ରଶାସନ ।
ସୂଚନା ଥାଉକି, ବାହାନଗା ଟ୍ରେନ୍ ଦୁର୍ଘଟଣାରେ ଗୁରୁତରଙ୍କ କଟକ ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ଦୁର୍ଘଟଣା ଦିନରୁ ବିଜୟଙ୍କୁ ଗୁରୁତର ଅବସ୍ଥାରେ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ଆଇସିୟୁରେ ଚିକିତ୍ସିତ ହେଉଥିବା ବେଳେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଛି ।
Powered by Froala Editor