୪ଦିନିଆ ଓଡ଼ିଶା ଗସ୍ତରେ ଆସିବେ ଛତିଶଗଡ଼ ରାଜ୍ୟପାଳ

ଭୁବନେଶ୍ୱର: ଛତିଶଗଡ଼ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଆସନ୍ତା ୧୪ରୁ ୧୭ତାରିଖ ପର୍ୟ୍ୟନ୍ତ ୪ଦିନିଆ ଓଡ଼ିଶା ଗସ୍ତରେ ଆସୁଥିବା ଛତିଶଗଡ଼ ରାଜଭବନ ପକ୍ଷରୁ ସୂଚନା ମିଳିଛି । ଛତିଶଗଡ଼ ରାଜ୍ୟପାଳ ଭାବେ ନିଯୁକ୍ତି ପାଇଲା ପରେ ଏହା ତାଙ୍କର ପ୍ରଥମ ଓଡ଼ିଶା ଗସ୍ତ । ୧୪ ତାରିଖ ଭୁବନେଶ୍ୱରରେ ପହଞ୍ଚିଲାପରେ ସନ୍ଧ୍ୟାରେ କଟକ ଏସ୍ସିବି ଯାଇ ରେଳ ଦୁର୍ଘଟଣାରେ ଆହତଙ୍କୁ ଭେଟିବେ ।୧୫ ପୂର୍ବାହ୍ନରେ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଦର୍ଶନ, ସନ୍ଧ୍ୟାରେ ବିଶ୍ୱମାନବିକ ଅଧିକାର ସୁରକ୍ଷା ସଂସ୍ଥାର ‘ମାଟି, ମା’ ଓ ମଣିଷର ସୁରକ୍ଷା ପାଇଁ ମାନବିକ ଅଧିକାର’ କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଯୋଗଦବେ । ୧୬ ପୂର୍ବାହ୍ନରେ ଓଡ଼ିଶାର ବିଶିଷ୍ଟ ବ୍ୟକ୍ତିମାନଙ୍କ ସହିତ ଆଲୋଚନା କରିବେ । ଅପରାହ୍ନରେ ସମ୍ରାଟ କପିଳେନ୍ଦ୍ର ଦେବଙ୍କ ଉପରେ ଡା. ସୋମନାଥ ପ୍ରସାଦ ଜେନାଙ୍କ ଉପନ୍ୟାସ “ଦିଗ୍ବିଜୟୀ ଗଜପତି’ ପୁସ୍ତକ ଉନ୍ମୋଚନ କରିବେ ।ପ୍ରଧାନମନ୍ତ୍ରୀଙ୍କ ମା’ ହୀରାବେନ୍ ମୋଦିଙ୍କ ୧୦୦ତମ ଜନ୍ମୋତ୍ସବରେ ଉଦ୍ଘାଟକ ଭାବେ ଯୋଗଦେବା ପାଇଁ ୧୭ ଅପରାହ୍ନରେ ସେ ନୂଆଦିଲ୍ଲୀ ଯାତ୍ରା କରିବେ ।
Powered by Froala Editor