ଅସହ୍ୟ ତାତି: ତତଲା ତାୱାରେ ଭାଜି ହେଉଛି ସାରା ରାଜ୍ୟ
ଭୁବନେଶ୍ୱର : ତତଲା ତାୱାରେ ଭାଜି ହେଉଛି ସାରା ରାଜ୍ୟ। ଗତ କିଛି ଦିନଧରି ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ସମସ୍ତ ସ୍ଥାନରେ ଅନୁଭବ ହେଉଛି ଅସହ୍ୟ ତାତି। ରାଜ୍ୟରେ ଆଉରି ୨ ଦିନ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଆଜି ସକାଳ ଦିନ ୮ ଟା ୩୦ ସୁଦ୍ଧା ରାଜ୍ୟର ବିଭିନ୍ନ ସ୍ଥାନର ତାପମାତ୍ରା ରେକର୍ଡ କରାଯାଇଛି। ସେଥିମଧ୍ୟରୁ ଝାରସୁଗୁଡ଼ାର ତାପମାତ୍ରା ସର୍ବୋଚ୍ଚ ରହିଛ। ଝାରସୁଗୁଡାର ତାପମାତ୍ରା ୩୭.୨ ଡ଼ିଗ୍ରୀ ସେଲସିୟସ ରହିଥିବା ବେଳେ ସମ୍ବଲପୁର ୩୬.୬ ଡ଼ିଗ୍ରୀ ରହିଛି। ସେହିପରି- ହୀରାକୁଦ: ୩୫.୪ ଡ଼ିଗ୍ରୀ, ଭୁବନେଶ୍ୱର: ୩୫ ଡ଼ିଗ୍ରୀ, କେନ୍ଦୁଝର: ୩୫ ଡ଼ିଗ୍ରୀ, ପୁରୀ:୩୪.୬ ଡ଼ିଗ୍ରୀ, ବାଲେଶ୍ୱର:୩୪.୨ ଡ଼ିଗ୍ରୀ, ଚାନ୍ଦବାଲି:୩୪ ଡ଼ିଗ୍ରୀ, ପାରାଦୀପ:୩୨.୪ ଡ଼ିଗ୍ରୀ, ଗୋପାଳପୁର:୩୨.୪ ଡ଼ିଗ୍ରୀ।
Powered by Froala Editor