କରୋନାରେ ଅନାଥଙ୍କୁ ତୁରନ୍ତ ସହାୟତା ଦେବାକୁ ସୁପ୍ରିମକୋର୍ଟଙ୍କ ନିଦେ୍ର୍ଧଶ

ନୂଆଦିଲ୍ଲୀ : ଦେଶରେ କରୋନା ମହାମାରୀ ଯୋଗୁଁ ଯେଉଁ ଶିଶୁମାନେ ଅନାଥ ହୋଇଯାଇଛନ୍ତି, ସେମାନଙ୍କୁ ତକ୍ରାଳ ସହାୟତା ଯୋଗାଇ ଦେବାକୁ ସୁପ୍ରିମକୋର୍ଟ ନିଦେ୍ର୍ଧଶ ଦେଇଛନ୍ତି । ଏ ବାବଦରେ ଶୁଣାଣି କରି ସୁପ୍ରିମକୋର୍ଟ କହିଛନ୍ତି ଯେ କୋଭିଡ ପାଇଁ ବହୁ ସଂଖ୍ୟାରେ ଶିଶୁ ସେମାନଙ୍କ ପିତା-ମାତାଙ୍କୁ ହରାଇ ଅନାଥ ହୋଇଯାଇଛନ୍ତି । ସେହି ଶିଶୁମାନଙ୍କୁ ଚିହ୍ନଟ ପ୍ରକ୍ରିୟା ସଂପୂର୍ଣ୍ଣ କରିବାକୁ ହେବ ଏବଂ ରାଜ୍ୟମାନେ ତଦନୁଯାୟୀ ତକ୍ରାଳ ପଦକ୍ଷେପ ଗ୍ରହଣ କରି ସେମାନଙ୍କୁ ସହାୟତା ଯୋଗାଇ ଦେବେ । ମାର୍ଚ୍ଚ ୨୦୨୦ରୁ ଏବେ ପର୍ଯ୍ୟନ୍ତ ପିତା-ମାତାଙ୍କୁ କୋଭିଡରେ ହରାଇଥିବା ସମସ୍ତ ଶିଶୁଙ୍କୁ ଚିହ୍ନଟ କରି ସେମାନଙ୍କ ବାବଦରେ ଏନସିପିସିଆର ୱେବସାଇଟରେ ତଥ୍ୟ ପ୍ରଦାନ କରିବା ପାଇଁ କୋର୍ଟ ନିଦେ୍ର୍ଧଶ ଦେଇଛନ୍ତି । କେନ୍ଦ୍ର ସରକାର ମଧ୍ୟ ଏ ବାବଦରେ ଆଗୁଆ ପଦକ୍ଷେପ ଗ୍ରହଣ କରି ରାଜ୍ୟମାନଙ୍କ ଏ ବାବଦରେ ତଥ୍ୟ ରଖିବାକୁ କହିଛନ୍ତି ।
Powered by Froala Editor