ଗୋଟିଏ ଟ୍ରାକ୍ରେ ମୁହାଁମୁହିଁ ହେଲା ପାସେଞ୍ଜର ଓ ମାଲବାହୀ ଟ୍ରେନ୍, କିନ୍ତୁ...
ଛତିଶଗଡ଼ର ବିଳାସପୁରରେ ବଡ଼ ଅଘଟଣ ଟଳିଯାଇଛି । ଗୋଟିଏ ଟ୍ରାକ୍ରେ ଦୁଇଟି ଟ୍ରେନ୍ ଏକା ସମୟରେ ଆସିବାରୁ ଦୁର୍ଘଟଣା ହେବାର ସମ୍ଭାବନା ରହିଥିଲା । ହେଲେ ଅଳ୍ପକେ ଦୁର୍ଘଟଣା ଟଳିଯାଇଛି ।
ସୂଚନା ମୁତାବକ ଗୋଟିଏ ଟ୍ରାକ୍ରେ ଏକ ଯାତ୍ରୀବାହୀ ଟ୍ରେନ୍ ଆସୁଥିବାବେଳେ ଅନ୍ୟପଟେ ଆଉ ଏକ ମାଲ୍ବାହୀ ଟ୍ରେନ୍ ଆସିଥିଲା । ହେଲେ ଉଭୟ ଟ୍ରେନ୍ ଦୂରରୁ ଏହା ଦେଖିବା ପରେ ଟ୍ରେନ୍କୁ ଅଟକାଇଥିଲେ । ଫଳରେ ଏକ ବଡ଼ ଦୁର୍ଘଟଣା ଟଳିଯାଇଛି । ଜୟରାମ ନଗର ଓ କୋଟମିସୋନାର ମଧ୍ୟରେ ଘଟଣା ଘଟିଛି। ତେବେ ଏହା ଏକ ସାଧାରଣ ସିଗନାଲ ପ୍ରକ୍ରିୟା ବୋଲି କହିବା ସହ ଭିଡିଓକୁ ଅଯଥାରେ ଭାଇରାଲ କରାଯାଉଥିବା ରେଳ ବିଭାଗ ସଫେଇ ଦେଇଛି।
ରେଲୱେ ପକ୍ଷରୁ କୁହାଯାଇଛି, ରେଲୱେ ପକ୍ଷରୁ କିଛି ବଡ଼ ତୃଟି ହୋଇନି। ମାଲବାହି ଟ୍ରେନ୍ଟି ଅପରାହ୍ନ ସାଢ଼େ ୫ଟାରୁ ୬ଟା ମଧ୍ୟରେ ହୋମ୍ ସିଗ୍ନାଲ ଥିବା ଟ୍ରାକ୍ରେ ଠିଆ ହୋଇବା ବେଳେ ଏହି ସମୟରେ ଅନ୍ୟପଟୁ ଅଟୋ ସିଗ୍ନାଲ ପାଇ ପାସେଞ୍ଜର ଟ୍ରେନ୍ଟି ଆସି ଅଟକିଥିଲା। ମାତ୍ର ଏହା ଜାଣି ନ ଥିବା ଲୋକେ ଏହାର ଭିଡ଼ିଓ କରି ଛାଡ଼ିଛନ୍ତି ବୋଲି ରେଳ ବିଭାଗ କହିଛି।
Powered by Froala Editor