୩୭୦ ଦିନ ଚାଲି ଚାଲି ହଜ୍ ପହଞ୍ଚିଲେ ସାହିବ
‘ହଜ୍’ କରିବାକୁ କେରଳର ଜଣେ ବ୍ୟକ୍ତି ୩୭୦ ଦିନ ଚାଲି ଚାଲି ମକ୍କା ନଗରୀରେ ପହଞ୍ଚିଛନ୍ତି। ଏଥିନିମନ୍ତେ ତାଙ୍କୁ ବର୍ଷେରୁ ଊର୍ଦ୍ଧ୍ୱ ସମୟ ଲାଗିଥିବା ସେ ୮,୬୪୦ କିମି ବାଟ ଏକା ଚାଲି ଚାଲି ଅତିକ୍ରମ କରିଛନ୍ତି । ବାଟରେ ବିଭିନ୍ନ ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହୋଇଥିଲେ ବି ମନୋବଳ ଦୃଢ ଥିବାରୁ ଶେଷରେ ସେ ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପାରିଛନ୍ତି। ଏହି ଯୁବକଜଣକ ହେଉଛନ୍ତି ସାହିବ ଚୌଟୁର ।
କେରଳର ମାଲାପୁରମ୍ ଜିଲ୍ଲା ଅନ୍ତର୍ଗତ ବାଲାଞ୍ଚେରୀର ବାସିନ୍ଦା ସାହିବ ଚୌଟୁର ପାକିସ୍ତାନ, ଇରାନ୍, ଇରାକ୍, କୁଏତ ବାଟେ ଚାଲି ଚାଲି ଶେଷରେ ଚଳିତ ମାସରେ ସାଉଦି ଆରବର ମକ୍କା ନଗରୀରେ ପହଞ୍ଚିଛନ୍ତି। ‘ହଜ୍’ କରିବା ଲାଗି ସାହିବ ୨୦୨୨ ଜୁନ୍ ୨ ତାରିଖ ଦିନ ପଦଯାତ୍ରା ଆରମ୍ଭ କରିଥିଲେ। ପ୍ରାୟ ବର୍ଷେ ପରେ ସେ ଚଳିତ ମାସ ମକ୍କାରେ ପାଦ ଦେଇଛନ୍ତି।
ସାଉଦି ଆରବରେ ପ୍ରବେଶ କରିବା ପରେ ସେ ପ୍ରଥମେ ମୁସଲିମଙ୍କ ପବିତ୍ର ତୀର୍ଥ ସ୍ଥଳୀ ମେଦିନାକୁ ଯାଇଥିଲେ। ସେଠାରେ ସେ ୨୧ ଦିନ ଅତିକ୍ରମ କରିବା ପରେ ମକ୍କା ଅଭିମୁଖେ ଅଗ୍ରସର ହୋଇଥିଲେ। ମେଦିନାରୁ ମକ୍କା ୪୪୦ କିମି ହୋଇଥିବା ବେଳେ ସାହିବ ଚାଲି ଚାଲି ଏହାକୁ ୯ ଦିନରେ ଅତିକ୍ରମ କରିଥିଲେ।
Powered by Froala Editor