ଗୁଳୁଗୁଳି ସାଙ୍ଗକୁ ଗ୍ରୀଷ୍ମ ପ୍ରବାହ: ୮ଟା ୩୦ ସୁଦ୍ଧା ରାଜଧାନୀରେ ୩୨.୨ ଡ଼ିଗ୍ରୀ ତାପମାତ୍ରା ରେକର୍ଡ
ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି ଅସହ୍ୟ ଗୁଳୁଗୁଳି ସାଙ୍ଗକୁ ଗ୍ରୀଷ୍ମ ପ୍ରବାହ । ଶନିବାର ସକାଳ ୮ଟା ୩୦ ସୁଦ୍ଧା ରାଜଧାନୀ ଭୁବନେଶ୍ୱରରେ ୩୨.୨ ଡ଼ିଗ୍ରୀ ତାପମାତ୍ରା ଏବଂ ୭୯% ଆଦ୍ରତା ରେକର୍ଡ କରାଯାଇଛି ।ସେହିଭଳି ସମ୍ବଲପୁରରେ ୩୬ ଡ଼ିଗ୍ରୀ, ଝାରସୁଗୁଡାରେ ୩୫.୪ ଡ଼ିଗ୍ରୀ ଏବଂ ହୀରାକୁଦରେ ୩୫.୨ ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।
ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ପାଗ ଆଂଶିକ ମେଘାଚ୍ଛନ୍ନ ସହ ତାପମାତ୍ରା ସାମାନ୍ୟ କାମ ରହୁଥିଲେ ବି ଉଚ୍ଚ ଆଦ୍ରତା ହେତୁ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଛି । ସକାଳ ୮ଟା ୩୦ ସୁଦ୍ଧା ପୁରୀରେ ୮୬%, ଭୁବନେଶ୍ୱରରେ ୭୯%, କଟକରେ ୭୬%, ଗୋପାଳପୁରରେ ୭୫%, ବାଲେଶ୍ୱର ଓ ଚାନ୍ଦବାଲିରେ ୬୫%, ପାରାଦୀପରେ ୬୩% ଆଦ୍ରତା ରେକର୍ଡ କରାଯାଇଛି ।
Powered by Froala Editor