ନିଶାରେ ଥିଲେ ଯାତ୍ରୀ, ଅପ୍ରାକୃତିକ ଯୌନ ସମ୍ପର୍କ ରଖିଲେ ଚାଳକ
ମୁମ୍ବାଇରେ ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ଅଟୋ ଚାଳକ ଯାତ୍ରୀଙ୍କୁ ଅପହରଣ କରିନେଇ ଅପ୍ରାକୃତିକ ଯୌନ ସମ୍ପର୍କ ରଖିଛି । ପୁଲିସ୍ ଅଟୋ ଚାଳକଙ୍କୁ ଗିରଫ କରିଛି।
ଅଭିଯୋଗ ଅନୁଯାୟୀ, ଶନିବାର ସନ୍ଧ୍ୟାରେ ୩୧ ବର୍ଷ ବୟସ୍କ ଜଣେ ଯାତ୍ରୀ ୨୫ ବର୍ଷୀୟ ଅଭିଯୁକ୍ତଙ୍କ ଅଟୋରେ ବସିଥିଲେ। ସେ ନିଶାସକ୍ତ ଥିବା ବେଳେ ନିଜ ପ୍ରକୃତ ଠିକଣା କହି ନ ପାରି ଅଟୋ ଚାଳକଙ୍କୁ ଭିନ୍ନ ଭିନ୍ନ ସ୍ଥାନକୁ ଯିବାକୁ କହିଥିଲେ। ଦୀର୍ଘ ସମୟ ଅଟୋରେ ବସିବା ପରେ ସେ ଭଡ଼ା ନ ଦେଇ ଓହ୍ଲାଇ ପଡ଼ିଥିଲେ। ଭଡ଼ା ବାବଦକୁ ୨୫୦ ଟଙ୍କା ହୋଇଥିବା ଅଟୋ ଚାଳକ କହିଥିବା ବେଳେ ବ୍ୟକ୍ତିଜଣକ ମାତ୍ର ଶହେ ଟଙ୍କା ଦେଇଥିଲେ।
ଏଥିରେ ଉତ୍ତ୍ୟକ୍ତ ହୋଇ ଅଟୋ ଚାଳକଜଣକ ଯାତ୍ରୀଙ୍କୁ ଜୋରଜବରଦସ୍ତ ଅଟୋରେ ବସାଇ ଏକ ନିଛାଟିଆ ସ୍ଥାନକୁ ନେଇ ଯାଇଥିଲେ। ସେଠାରେ ସେ ତାଙ୍କ ସହ ଅପ୍ରାକୃତିକ ଯୌନ ସମ୍ପର୍କ ରଖିଥିଲେ। ଏଥିସହ ସମ୍ପୃକ୍ତ ଯାତ୍ରୀଙ୍କ ମୋବାଇଲ ଓ ଏଟିଏମ୍ କାର୍ଡ ବି ଛଡ଼ାଇ ରଖିଥିଲେ। ରବିବାର ବ୍ୟକ୍ତିଜଣକ ଥାନାରେ ଅଭିଯୋଗ କରିଥିଲେ। ଏହାପରେ ପୁଲିସ୍ ତାଙ୍କୁ ଗିରଫ କରିଛି।
Powered by Froala Editor