୨୩ରେ ବିରୋଧୀଙ୍କ ମେଗା ସୋ ପାଟନାରେ
ପାଟନା: ବିଜେପିକୁ ମାତ୍ ଦେବାକୁ କଂଗ୍ରେସ ପୂରାଦମରେ ଲାଗିପଡ଼ିଛି। କର୍ଣ୍ଣାଟକ ନିର୍ବାଚନ ଫଳାଫଳ କଂଗ୍ରେସର ବିଶ୍ବାସକୁ ବୃଦ୍ଧି କରିଛି। ଜୁନ୍ ୨୩ରେ ବିରୋଧୀଙ୍କ ମେଗା ସୋ ପାଟନାରେ ହେବ ବୋଲି ସୂଚନା ମିଳିଛି । ଏହି ମହାମେଳିରେ ସାମିଲ ହେବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ସମେତ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଦଳୀୟ ମୁଖ୍ୟ । ମହାସମାବେଶରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ପ୍ରମୁଖ ସାମିଲ ହେବାର କାର୍ୟ୍ୟକ୍ରମ ରହିଛି। ସମାବେଶରେ ଆସନ୍ତା ଲୋକସଭା ନିର୍ବାଚନରେ ଏକତ୍ର ଲଢେଇ କରିବା ଲାଗି ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରାଯିବ ପ୍ରକାଶିତ ରିପୋର୍ଟରୁ ଜଣାପଡ଼ିଛି।
Powered by Froala Editor