ଡଙ୍ଗା ବୁଡି ଘଟଣା :ଉଦ୍ଧାର ହେଲା ୨ ନିଖୋଜ ନାବାଳକଙ୍କ ମୃତଦେହ
ମାଲକାନଗିରି : ମାଲକାନଗିରି ବାଲିମେଳା ଜଳଭଣ୍ଡାରରେ ଡଙ୍ଗା ବୁଡି ଘଟଣା । ଉଦ୍ଧାର ହେଲା ୨ ନିଖୋଜ ନାବାଳକଙ୍କ ମୃତଦେହ । ଜଳଭଣ୍ଡାରର ସିନ୍ଧିଗୁଡା ଘାଟରେ ଗତ ସୋମବାର ବୁଡିଥିଲା ଦେଶୀ ଡଙ୍ଗା । ପଡାଲପୁଟ ଗାଁରୁ ବିବାହ ଭୋଜି ଖାଇ ୫ଜଣ ଗ୍ରାମବାସୀ ଦେଶୀ ଡଙ୍ଗାରେ ତୁମାପଦର ଗାଁକୁ ଫେରିବା ବେଳେ ଅଘଟଣ ଘଟିଥିଲା । ଭାରସାମ୍ୟ ହରାଇ ଡଙ୍ଗା ବୁଡି ଯିବାରୁ ୩ ଜଣ ପହଁରି ପହଁରି କୂଳକୁ ଫେରି ଆସିଥିଲେ । ହେଲେ ଡଙ୍ଗାରେ ଥିବା ୨ ନାବାଳକ ନିଖୋଜ ହୋଇଯାଇଥିଲେ । ସେହି ୨ ନାବାଳକଙ୍କ ମୃତଦେହ ଜଳଭଣ୍ଡାରରୁ ଉଦ୍ଧାର କରାଯାଇଛି ।
Powered by Froala Editor